ଭାରତୀୟ ବଜାରରେ କ୍ୟାମନ-ଆଇ୍‌ ଟୁଇନ୍‌ ସ୍ମାର୍ଟଫୋନ

ଟେକ୍ନୋ ମୋବାଇଲ୍‌ ପକ୍ଷରୁ କ୍ୟାମନ୍‌-ଆଇ ସିରିଜ୍‌ ସ୍ମାର୍ଟଫୋନ୍‌ ବର୍ଗରେ ଅନ୍ୟ ଏକ ନୂତନ ଉତ୍ପାଦ କ୍ୟାମନ୍‌-ଆଇ ଟୁଇନ୍‌ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଫଟୋଗ୍ରାଫି କ୍ଷେତ୍ରରେ ଗ୍ରାହକଙ୍କୁ ନୂତନ ଅଭିଜ୍ଞତା ଦେବାକୁ ସକ୍ଷମ ହେବ।

ଏଥିରେ ୧୩ ଏମ୍‌ପି ଓ ୨ ଏମ୍‌ପି ପଛ କ୍ୟାମେରା, ଫୋ ଭି-୮୦-ଡିଗ୍ରୀ ଏଫ୍‌/୨.୦ ଆପରେଚର, ୪ଏକ୍ସ ଡିଜିଟାଲ ଜୁମ୍‌ ଆଦି ରହିଛି। ଏଥିରେ ଏଆଇ ଅଟୋ ସିନ୍‌ ରିକୋଗନାଇଜେସନ୍‌ ସୁବିଧା ରହିଛି। ଏହା ସହିତ ୧୦୦,୦୦୦ ଇଣ୍ଡିଆନ୍‌ ପ୍ରୋଫାଇଲ୍‌ ସିନ୍‌ ରହିଛି। ଏହାର ୧୩ ଏମ୍‌ପି ସେଲଫି କ୍ୟାମେରାରେ ଏଫ୍‌/୨.୦ ଆପରେଚର ସହିତ ୫ପି ଲେନ୍ସ ରହିଛି। ଯାହାକି କ୍ଷୀଣ ଆଲୋକରେ ମଧ୍ୟ ଭଲ ଫଟୋ ଉଠାଇପାରିଥାଏ। ଏଥିରେ ଏଆାଇ ବିୟୁଟିଫିକେସନ୍‌ ସୁବିଧା ରହିଛି। ଏହାଦ୍ୱାରା ବ୍ୟାକ୍‌ଗ୍ରାଉଣ୍ଡ ବ୍ଲର୍‌ କରିବା ସୁବିଧା ରହିଛି। ଏଥିରେ କ୍ୱାଲକମ୍‌ ସ୍ନାପ୍‌ ଡ୍ରାଗନ୍‌ ୪୨୫ ତଥା ୬୪ ବିଟ୍‌ କ୍ୱାଡା-କୋର ପ୍ରୋସେସର, ୩ଜିବି ରାମ୍‌ ଏବଂ ୩୨ଜିବି ରମ୍‌ ରହିଛି। । ଏଥିରେ ଡୁଆଲ୍‌ ନାନୋ ସିମ୍‌ ଏବଂ ଏସ୍‌ଡି କାର୍ଡ ଇନସର୍ଟ କରାଯାଇ ପାରିବ । ଏଥିରେ ୪୦୦୦ ଏମ୍‌ଏଏଚ୍‌ ବ୍ୟାଟେରୀ ରହିଛି। ଯାହାକି ଦୀର୍ଘ ସମୟ ଧରି ବ୍ୟାକଅପ ଦେଇଥାଏ ।

କ୍ୟାମନ୍‌-ଆଇ ଟୁଇନର ମୂଲ୍ୟ ୧୧,୪୯୯ ଟଙ୍କା ରହିଛି। ଏହା ବ୍ଲାକ୍‌ ଏବଂ ଗୋଲ୍ଡ ପ୍ରଭୃତି ୨ଟି ରଙ୍ଗରେ ୨୦୧୮ ଜୁଲାଇ ୨୩ ତାରିଖ ଠାରୁ ଭାରତବ୍ୟାପି ୩୦,୦୦୦ରୁ ଅଧିକ ରିଟେଲ ଆଉଟ୍‌ ଲେଟ୍‌ରେ ଉପଲବ୍ଧ ହେଉଛି। ଏହାକୁ ମିଶାଇ କ୍ୟାମନ୍‌-ଆଇ ସିରିଜ୍‌ର ସ୍ମାର୍ଟଫୋନ୍‌ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ପୂର୍ବରୁ ବଜାରରେ କ୍ୟାମନ୍‌-ଆଇ,କ୍ୟାମନ୍‌-ଆଇ ଏୟାର, କ୍ୟାମନ୍‌-ଆଇ ସ୍କାଏ, କ୍ୟାମନ୍‌-ଆଇ କ୍ଲିକ୍‌ ଆଦି ଫୋନ୍‌ ୭୪୯୦ରୁ ୧୩,୯୯୯ଟଙ୍କା ମଧ୍ୟରେ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର