କ୍ୟାମ୍ପସ୍‌ ସୁଜ୍‌ର ନୂଆ ଲୋଗୋ

ନୂଆଦିଲ୍ଲୀ: ୧୯୯୭ରେ ଉନ୍ମୋଚିତ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ସ୍ପୋର୍ଟସ୍‌ ସୁ ବ୍ରାଣ୍ଡ୍‌ କ୍ୟାମ୍ପସ୍‌ ସ୍ୱତନ୍ତ୍ର ଡିଜାଇନ୍‌ ଏବଂ ରଙ୍ଗକୁ ନେଇ ଏକ ନୂଆ ଲୋଗୋ ପ୍ରସ୍ତୁତ କରିଛି। କ୍ୟାମ୍ପସର ନୂଆ ଲୋଗୋ ପ୍ରଗତିଶୀଳ ଡିଜାଇନ୍‌ ଉପରେ ପର୍ଯ୍ୟବେସିତ। ନୂଆ ଲୋଗୋର ମଧ୍ୟ ଭାଗରୁ ଡାହାଣକୁ ସାମାନ୍ୟ ବକ୍ରାକାର ହୋଇଛି ଯାହା ହେଉଛି ‘ମୁଁ’ ରୁ ‘ଆମେ’କୁ ପରିବର୍ତ୍ତିତ ହୋଇଥିବା ମାନସିକତାର ପ୍ରତିଫଳନ। ଯୁବ ପିଢ଼ି ସହିତ ଯୋଡ଼ି ହେବା ପାଇଁ କମ୍ପାନି ପକ୍ଷରୁ ବରୁଣ ଧାଓ୍ଵନ ଏବଂ ଉଦୀୟମାନ ଅଭିନେତ୍ରୀ ଆୟଶା ଶର୍ମାଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ଚୟନ କରାଯାଇଛି ବୋଲି ଏହି ଅବସରରେ କ୍ୟାମ୍ପସ୍‌ ସୁଜ୍‌ ସିଇଓ ନିଖିଲ ଅଗ୍ରଓ୍ଵାଲ କହିଛନ୍ତି।

ସମ୍ବନ୍ଧିତ ଖବର