କାନାରା ବ୍ୟାଙ୍କର ୨ ନୂଆ ଶାଖା

ଭୁବନେଶ୍ୱର: କାନାରା ବ୍ୟାଙ୍କ ପକ୍ଷରୁ ଓଡ଼ିଶାରେ ଦୁଇଟି ନୂଆ ଶାଖା ଖୋଲାଯାଇଛି। ଓଡ଼ିଶାରେ ବ୍ୟାଙ୍କର ଏହି ଶାଖା ଦୁଇଟି ୧୭୩ତମ ଓ ୧୭୪ତମ ଶାଖା। ଗଞ୍ଜାମ ଶାଖାକୁ ଗଞ୍ଜାମ ଏନ୍‌ଏସିର ଅଧ୍ୟକ୍ଷା ଉର୍ମିଳା ପଲେଇ ଏବଂ ଗଞ୍ଜାମ ପଞ୍ଚାୟତ ସମିତିର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଭୁବନେଶ୍ୱର ସର୍କଲ କାର୍ଯ୍ୟାଳୟର ଉପମହାପ୍ରବନ୍ଧକ ଶ୍ରୀକାନ୍ତ ମହାପାତ୍ରଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରିଥିଲେ। ସେହିଭଳି କୋରାପୁଟ ଶାଖାକୁ ସାଉଥ୍‌କୋ-କୋରାପୁଟର ଡିଜିଏମ୍‌ ସିଏଚ୍‌. ନେତାଜୀ ସୁୁବୁଦ୍ଧି ବ୍ୟାଙ୍କର ବ୍ରହ୍ମପୁର ଅଞ୍ଚଳ କାର୍ଯ୍ୟାଳୟର ସହାୟକ ମହାପ୍ରବନ୍ଧକ ଏମ୍‌. ସି. ଅଞ୍ଜି ରେଡ୍ଡିଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର