ଭୁବନେଶ୍ୱର,: କାନାରା ବ୍ୟାଙ୍କର ଭୁବନେଶ୍ବର କାର୍ଯ୍ୟାଳୟ ପକ୍ଷରୁ ରେଡ୍କ୍ରସ୍ ଭବନ ଠାରେ ରିଟେଲ୍ ଏକ୍ସପୋ ଆୟୋଜନ କରାଯାଇଛି। ବ୍ୟାଙ୍କର ମହାପ୍ରବନ୍ଧକ ତଥା ଓଡ଼ିଶା ରାଜ୍ୟ ମୁଖ୍ୟ ଶ୍ରୀକାନ୍ତ ମହାପାତ୍ର ଏହାକୁ ଉଦ୍ଘାଟନ କରିଛନ୍ତି। ଏଥିରେ ବିଲ୍ଡର୍ ଓ ଗାଡ଼ି ଡିଲର୍ସିପ୍ଗୁଡ଼ିକ ଅଂଶଗ୍ରହଣ କରିଛନ୍ତି। ଅନେକ ବାସଗୃହ ପ୍ରକଳ୍ପ ଓ ଗାଡ଼ିକୁ ଏକ୍ସପୋରେ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ କାନାରା ବ୍ୟାଙ୍କ ପକ୍ଷରୁ କମ୍ ସୁଧ ହାରରେ ବାସଗୃହ ଓ ଗାଡ଼ି ଋଣ ସୁବିଧା ପ୍ରଦାନ କରାଯାଉଛି। ଏହି ଦୁଇ ପ୍ରକାର ଋଣ ଉପରେ ପ୍ରୋସେସିଂ ଫି’ ଛାଡ଼ କରାଯାଇଛି। ଏହି ଅବସରରେ ବ୍ୟାଙ୍କର ସହାୟକ ମହାପ୍ରବନ୍ଧକ ବି କେ ରଥ, ଡିଏମ୍ ପି କେ ଜେନା, ଡିଏମ୍ ଏମ୍ ପି ପଣ୍ଡା ଉପସ୍ଥିତ ଥିଲେ।