ସାବଧାନତାର ସହ ବ୍ୟବହାର କରନ୍ତୁ ଡେବିଟ୍ କାର୍ଡ : ଠକେଇରୁ ବଞ୍ଚିବେ, ଲାଭ ପାଇବେ

ଆଜିକାଲି ସମସ୍ତେ ଏଟିଏମ୍ ବା ଡେବିଟ୍ କାର୍ଡ ବ୍ୟବହାର କରୁଛନ୍ତି। ତେବେ ଏ ନେଇ କିଛି ସାବଧାନତା ଅବଲମ୍ବନ କଲେ ଡେବିଟ୍ କାର୍ଡ ମାଧ୍ୟମରେ ହେଉଥିବା ନେଣଦେଣରୁ ଫାଇଦା ମିଳିଥାଏ। ତେଣୁ ଉପଭୋକ୍ତାଙ୍କୁ ବଡ ସଚେତନତାର ସହ ଡେବିଟକାର୍ଡ ବ୍ୟବହାର କରିବା ଉଚିତ। ଏହି ବିଷୟ ଏସବିଆଇ ଟ୍ୱିଟ ଜରିଆରେ ସମସ୍ତ ଉପଭୋକ୍ତାଙ୍କୁ ଜଣାଇଦେଇଛି ।

ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏସବିଆଇ ଏଟିଏମକୁ ବାଦ ଦେଇ ଡେବିଟକାର୍ଡର କେତେକ ଭିନ୍ନ ରୂପ ବାହାର କରିଛି । ଏସବିଆଇ ବ୍ୟାଙ୍କ ପ୍ଲାଣ୍ଟିନମ ଇଣ୍ଟରନ୍ୟାସନାଲ ଡେବିଟ କାର୍ଡ, ଷ୍ଟେଟବ୍ୟାଙ୍କ ଗିଫ୍ଟ କାର୍ଡ, ଷ୍ଟେଟବ୍ୟାଙ୍କ ପ୍ରାଇଡ କାର୍ଡ, ଫଟୋ ଡେବିଟ କାର୍ଡ, ଏସବିଆଇ ଇନଟଚ ଟ୍ୟାପ ଆଣ୍ଡ ଗୋ ଆଦି ଭଳି ଅଫର ଦେଉଛି ଏସବିଆଇ ।

ଡେବିଟକାର୍ଡର ବ୍ୟବହାର :

ନିଜର ଡେବିଟକାର୍ଡକୁ ନିୟମିତ ଭାବରେ ଯାଞ୍ଚ କରନ୍ତୁ ।

ପ୍ରତିଟି ଟ୍ରାଞ୍ଜାକସନ ପରେ ଏସଏମଏସ ଦ୍ୱାରା ଆମାଉଣ୍ଟକୁ ଭେରିଫାଏ କରନ୍ତୁ ।

ଏଟିଏମରେ ଟ୍ରାଞ୍ଜାକସନ କରିବା ପରେ ବାହାରିଥିବା ରିସିପ୍ଟକୁ ନଷ୍ଟ କରିଦିଅନ୍ତୁ ।

କୌଣସି ବ୍ୟକ୍ତିବିଶେଷଙ୍କ ସହ କାର୍ଡର ନମ୍ବର କିମ୍ବା କାର୍ଡର କୌଣସି ତଥ୍ୟ ସେୟାର କରନ୍ତୁ ନାହିଁ ।

ଡେବିଟକାର୍ଡରୁ ଟିକେଟ ବୁକ କଲେ ଟ୍ରାଞ୍ଜାକସନ ଚାର୍ଜ ନେବନାହିଁ ଆଇଆରସିଟିସି :

ଇଣ୍ଡିଆନ ରେଳବାଇ କ୍ୟାଟ୍ରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ (ଆଇଆରସିଟିସି), ଯାତ୍ରୀ ମାନଙ୍କୁ ଏକ ଖାସ ଉପହାର ପ୍ରଦାନ କରୁଛି । ଯଦି ଆପଣ ଆଇଆରସିଟିସି ୱେବସାଇଟ କିମ୍ବା ମୋବାଇଲ ଆପ ଦ୍ୱାରା ଟିକେଟ ବୁକ କରୁଛନ୍ତି ତେବେ ଆପଣଙ୍କୁ କୌଣସି ଟ୍ରାଞ୍ଜାକସନ ଚାର୍ଜ ଦେବାକୁ ପଡିବ ନାହିଁ । କିନ୍ତୁ ଯଦି ଆପଣ ଇ-ୱାଲେଟ, ନେଟ ବ୍ୟାଙ୍କିଙ୍ଗ ଏବଂ କ୍ୟାସ କାର୍ଡ ମାଧ୍ୟମରେ ଟିକେଟ ବୁକ କରନ୍ତି ତେବେ ଆପଣଙ୍କ ଠାରୁ ଆଇଆରସିଟିସି ଟ୍ରାଞ୍ଜାକସନ ଚାର୍ଜ ନେବ ।

ସମ୍ବନ୍ଧିତ ଖବର