ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହନା ଦେବା ପାଇଁ କ୍ୟାସବ୍ୟାକ୍‌ ଓ ରିହାତି ଅଫର ଦେବେ ସରକାର

ନୂଆଦିଲ୍ଲୀ: ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହନା ଦେବା ପାଇଁ ସରକାର ଏକ ପ୍ରସ୍ତାବ ଉପରେ କାମ କରୁଛନ୍ତି। ଯାହା ଜରିଆରେ କଞ୍ଜ୍ୟୁମରଙ୍କୁ କ୍ୟାସବ୍ୟାକ୍‌ ଓ ଏମ୍‌ଆରପି ଉପରେ ରିହାତି ଅଫର ମିଳି ପାରିବ।

ରାଜସ୍ୱ ବିଭାଗ ପ୍ରସ୍ତାବ ମୁତାବକ, ନଗଦ ରାଶି ବଦଳରେ ଡିଜିଟାଲ ନେଣଦେଣ କରୁଥିବା ଉପଭୋକ୍ତାଙ୍କୁ ଏମ୍‌ଆରପି ଉପରେ ରିହାତି ପ୍ରଦାନ କରାଯିବ। ଏହି ରିହାତି ୧୦୦ଟଙ୍କା ପର୍ଯ୍ୟନ୍ତ ହୋଇପାରିବ। ଡିଜିଟାଲ ନେଣଦେଣକୁ ବୃଦ୍ଧି କରିବା ପାଇଁ ଏହି ପ୍ରସ୍ତାବକୁ ରାଜସ୍ୱ ବିଭାଗ ମଇ ୪ରେ ହେବାକୁ ଥିବା ଜିଏସ୍‌ଟି କାଉନ୍‌ସିଲ ବୈଠକରେ ଉପସ୍ଥାପିତ କରିବେ। ଏହି ବୈଠକର ଅଧ୍ୟକ୍ଷତା ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଓ ରାଜ୍ୟ ମନ୍ତ୍ରୀ କରିବେ । ତେବେ ଡିଜିଟାଲ ନେଣଦେଣ ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ହୋଇଥିବା ବୈଠକରେ ଆଲୋଚନା କରାଯାଇଥିଲା। କ୍ୟାସବ୍ୟାକ୍‌ ବ୍ୟତୀତ କୌଣସି ବ୍ୟବସାୟରେ ଡିଜିଟାଲ ନେଣଦେଣ ହୋଇଥିବା ଟନ୍‌ଓଭର ଉପରେ ଟ୍ୟାକ୍ସ କ୍ରେଡିଟ ଦେବାର ପ୍ରସ୍ତାବ ବି ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର