ୟୁକୋ ବ୍ୟାଙ୍କରେ ୬୨୧ କୋଟିର ଠକେଇ, ପୂର୍ବତନ ସିଏମଡିଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ:  ଦେଶରେ  ବ୍ୟାଙ୍କ ଦୁର୍ନୀତି ସଂଖ୍ୟା କମିବାର ନାଁ ଧରୁ ନାହିଁ ।  ପିଏନବିରୁ ନିବର ମୋଦି ଦ୍ୱାରା ୧୩ ହଜାର କୋଟି ଠକେଇ ନେଇ ଚର୍ଚ୍ଚା ଥମିନଥିବାବେଳେ ଏବେ ୟୁକୋ ବ୍ୟାଙ୍କ ଏହି ତାଲିକାରେ ସାମିଲ ହୋଇଛି ।  ୬୨୧ କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗରେ ସିବିଆଇ ଶନିବାର ଦିନ ୟୁକୋ ବ୍ୟାଙ୍କର ପୂର୍ବତନ ସିଏମଡି ଅରୁନ କୌଲ ଓ ଅନ୍ୟମାନଙ୍କୁ ଗିରଫ କରିଛି । ଏଥିପାଇଁ ଦିନ ତମାମ ସିବିଆଇ ପ୍ରାୟ ୧୦ଟି ସ୍ଥାନରେ ଚଢଉ କରିଥିଲା । ଏହି ୧୦ ଟି ସ୍ଥାନ ମଧ୍ୟରୁ ଦିଲ୍ଲୀରେ ୮ଟି ସ୍ଥାନ ଓ ମୁମ୍ବାଇର ୨ଟି ସ୍ଥାନ ଅନ୍ତର୍ଭୁକ୍ତ । ସିବିଆଇର ତଦନ୍ତରୁ ଜଣାପଡିଛି ଯେ  କୌଲ ଓ ତାଙ୍କ ସାଥୀମାନେ ବ୍ୟାଙ୍କ ଋଣ ନାଁରେ ବ୍ୟାଙ୍କରୁ ପ୍ରାୟ ୬୨୧ କୋଟି ଟଙ୍କା ହଡପ କରିନେଇଛନ୍ତି । ଇରା ଇଂଜିନିୟରିଂ ଇନଫ୍ରା ଲିଃର ସିଏମଡି ହେମ ସିଂ ଭରାନା ଓ ଦୁଇଜଣ ଚାଟାର୍ଡ ଆକାଉଣ୍ଟାଣ୍ଟ  ପଙ୍କଜ ଜୈନ ଓ ବନ୍ଦନା ଶାରଦାଙ୍କୁ ଗିରଫ କରାଯାଇଛି ।   କିଛିଦିନ ପୂର୍ବେ ସିବିଆଇ ୟୁକୋ ବ୍ୟାଙ୍କରୁ ୧୮ ଜଣ ନକଲି ଋଣଦାତାଙ୍କ ନାଁରେ ୧୯ କୋଟି ଟଙ୍କା ଠକେଇର ତଦନ୍ତ ଆରମ୍ଭ କରି ମାମଲା ରୁଜ୍ଜୁ କରିଥିଲା । କିନ୍ତୁ ପରେ ଏହା ଏବେ ୬୨୧ କୋଟିକୁ ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର