ଡିଏସ୍‌ବିଏମ୍ ଓ ଏସିସିଏ ମଧ୍ୟରେ ଏମ୍‌ଓୟୁ

ଭୁବନେଶ୍ବର: ୟୁନିଟ୍-୮ସ୍ଥିତ ଡିଏଭି ସ୍କୁଲ୍ ଅଫ୍ ବିଜ୍‌ନେସ୍ ମ୍ୟାନେଜ୍‌ମେଣ୍ଟ୍(ଡିଏସ୍‌ବିଏମ୍‌) ଓ ଲଣ୍ଡନସ୍ଥିତ ଆସୋସିଏସନ୍ ଅଫ୍ ଚାର୍ଟାର୍ଡ ସାର୍ଟିଫାଏଡ୍‌ ଆକାଉଣ୍ଟାଣ୍ଟ୍‌ସ୍(ଏସିସିଏ) ମଧ୍ୟରେ ଏକ ବୁଝାମଣାପତ୍ର ଆଜି ସ୍ବାକ୍ଷରିତ ହୋଇଛି। ଅନୁଷ୍ଠାନର ସଭାପତି ମଦନ ମୋହନ ପଣ୍ଡାଙ୍କ ଉପସ୍ଥିତିରେ ଏସିସିଏର ଆଞ୍ଚଳିକ ମୁଖ୍ୟ କ୍ରିଷନ୍ କୁମାର ଓ ଡିଏସ୍‌ବିଏମ୍‌ ଅଧ୍ୟକ୍ଷ ଡି ଏନ୍ ମିଶ୍ର ଏମ୍‌ଓୟୁରେ ସ୍ବାକ୍ଷର କରିଥିଲେ।  ଡିଏସ୍‌ବିଏମ୍‌ ରାଜ୍ୟର ପ୍ରଥମ ସ୍ନାତକ ମହାବିଦ୍ୟାଳୟ ଭାବେ ଏପରି ଚୁକ୍ତି ସ୍ବାକ୍ଷର କରିଛି। ଖୁବ୍ ଶୀଘ୍ର ଉଭୟ ସଂସ୍ଥାର ମିଳିତ ସଂଯୋଗରେ ଏକ ଆର୍ଥିକ ପ୍ରୟୋଗଶାଳା ଖୋଲିବ, ଯାହା କି ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଦକ୍ଷତା ଆଉ କାର୍ଯ୍ୟକୁଶଳତା ବୃଦ୍ଧି କରାଇବାରେ ସହାୟକ ହେବ। ଓଡ଼ିଶାରେ ଦକ୍ଷ ଆକାଉଣ୍ଟାଣ୍ଟ୍ ସୃଷ୍ଟି କରିବାରେ ଓ ସେମାନଙ୍କୁ ସବୁପ୍ରକାର ଜ୍ଞାନକୌଶଳରେ ପାରଙ୍ଗମ କରାଇବାରେ ଏହି ପ୍ରୟୋଗଶାଳା ପ୍ରମୁଖ ଭୂମିକା ନେବ ବୋଲି କ୍ରିଷନ୍ ମିଶ୍ର ଆଶାପ୍ରକଟ କରିଥିଲେ। ଡିଏସ୍‌ବିଏମ୍ ଅଧ୍ୟକ୍ଷ ଶ୍ରୀ ମିଶ୍ର କହିଥିଲେ, ଏହି ବୁଝାମଣା ଦ୍ବାରା ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ କୌଶଳରେ ସଶକ୍ତ କରାଇ ରୋଜଗାରକ୍ଷମ କରାଯାଇପାରିବ। ଡିଏସ୍‌ବିଏମ୍‌କୁ ସହ‌େଯାଗୀ ଭାବେ ଚୟନ କରିଥିବାରୁ ସେ ଏସିସିଏକୁ କୃତଜ୍ଞତା ଜ୍ଞାପନ କରିଥିଲେ।

ସମ୍ବନ୍ଧିତ ଖବର