ସିଡ୍‌ବି ନିଟ୍‌ ଲାଭରେ ୩୬.୫% ବୃଦ୍ଧି

ଭୁବନେଶ୍ବର: ସ୍ମଲ୍‌ ଇଣ୍ଡଷ୍ଟ୍ରିଜ୍ ଡେଭେଲପ୍‌ମେଣ୍ଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆ (ସିଡ୍‌ବି)ର ୨୦୧୮-୧୯ ଆର୍ଥିକ ବର୍ଷରେ ନିଟ୍ ଲାଭ ୩୬.୫% ବୃଦ୍ଧି ପାଇ ୧୯୫୨.୨୧ କୋଟି ଟଙ୍କା ହୋଇଛି। ପୂର୍ବବର୍ଷ ଏହି ସମୟରେ ତାହା ୧୪୨୯.୨୧ କୋଟି ଟଙ୍କା ଥିଲା। ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଏହାର ପ୍ରଦର୍ଶନ ବହୁତ ଭଲ ରହିଛି। ୨୦୨୦ରେ ଏହି ଧାରାକୁ ଆମେ ବଜାୟ ରଖିବୁ ବୋଲି କଂପାନିର ସିଏମ୍‌ଡି ମହମ୍ମଦ ମୁସ୍ତାଫା କହିଛନ୍ତି।

ସମ୍ବନ୍ଧିତ ଖବର