ଜାଣନ୍ତୁ କେଉଁ ବଲିଉଡ୍ ନାୟିକା ଚଢ଼ୁଛନ୍ତି କେଉଁ ଗାଡ଼ି

ସନ୍ନି ଲିଓନି
ବଲିଉଡ଼ ଅଭିନେତ୍ରୀ ସନ୍ନି ଲିଓନିଙ୍କର ମଧ୍ୟ ବିଳାସପୂର୍ଣ୍ଣ କାର ପ୍ରତି ଦୁର୍ବଳତା ରହିଛି। ତାଙ୍କ ନିକଟରେ ବିଦେଶୀ କାର ମାସେରାଟି ରହିଛି। ତେବେ ଏହି ବିଳାସପୂର୍ଣ୍ଣ କାରଟିକୁ ସନ୍ନିଙ୍କ ସ୍ୱାମୀ ଡାନିଏଲ େଓ୍ଵବର ଉପହାର ଭାବେ ପ୍ରଦାନ କରିଛନ୍ତି।

ହୁମା କ୍ୟୁରେସି

ବଲିଉଡ୍‌ ଅଭିନେତା ଓ ଅଭିନେତ୍ରୀମାନଙ୍କର ଏସ୍‌ୟୁଭି (ସ୍ପୋର୍ଟସ ୟୁଟିଲିଟି ଭେଇକିଲ) ପ୍ରୀତି ସମ୍ପର୍କରେ ସମସ୍ତେ ପ୍ରାୟତଃ ଅବଗତ ଥିବେ। ନିକଟରେ ଏହି ତାଲିକାରେ ଆଉ ଜଣେ ବଲିଉଡ ସେଲିବ୍ରିଟି ସାମିଲ ହୋଇଯାଇଛନ୍ତି। ସେ ହେଲେ ହୁମା କ୍ୟୁରେସି। ଦିଲ୍ଲୀ ଜନ୍ମିତ ଏହି ଅଭିନେତ୍ରୀ ମର୍ସିଡିସ୍‌ ବେଞ୍ଜ ଜିଏଲ୍‌ଇ ଘରକୁ ଆଣିଛନ୍ତି। ଘରର ଗ୍ୟାରେଜ୍‌ରେ ଏହି ଏସ୍‌ୟୁଭି ରଖି ଏହା ସହିତ ଏକ ଫଟୋ ଉଠାଇଛନ୍ତି। ଏହାକୁ ସେ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି।

ତାପସୀ ପନ୍ନୁ

ବଲିଉଡ଼ ଅଭିନେତ୍ରୀ ତାପସୀ ପନ୍ନୁ ମଧ୍ୟ ଏସ୍‌ୟୁଭି ଚଳାଇବାକୁ ଭଲପାଆନ୍ତି। କିଛିମାସ ପୂବେ ସେ ମଧ୍ୟ ହୁମା କ୍ୟୁରେସିଙ୍କ ଭଳି ମର୍ସିଡିସ୍‌ ବେଞ୍ଜ୍‌ ଜିଏଲ୍‌ଇ ଏସ୍‌ୟୁଭି କିଣିଥିଲେ।

ବିଦ୍ୟା ବାଲାନ୍‌

ଅଭିନେତ୍ରୀ ବିଦ୍ୟା ବାଲାନ୍‌ ଗତବର୍ଷ ତାଙ୍କ ସିନେମା ତୁହ୍ମାରି ସୁଲୁ ରିଲିଜ୍‌ ପୂର୍ବରୁ ଏକ ନୂଆ କାର୍‌ କିଣିଛନ୍ତି। ସେ ମର୍ସିଡିସ୍‌ ବେଞ୍ଜ୍‌ର ଜିଏଲ୍‌ଏସ୍‌ ମଡେଲ ଗାଡ଼ି କ୍ରୟ କରିଛନ୍ତି। ଏହି ଗାଡ଼ିରେ ସେ ନିଜର ଆରାମ ପାଇଁ କିଛି ଅଧିକ ଅର୍ଥ ଖର୍ଚ୍ଚ କରିଛନ୍ତି।

ଆଲିଆ ଭଟ୍ଟ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ନିକଟରେ ଏକ ଶକ୍ତିଶାଳୀ ତଥା ଦାମୀ ଏସ୍‌ୟୁଭି ରେଞ୍ଜ ରୋଭର କ୍ରୟ କରିଛନ୍ତି। ଏହି କାରର ନମ୍ବର ଏମ୍‌ଏଚ୍‌ ୦୨ ଇଆର୍‌ ୧୫୦୦ ରହିଛି।

ସମ୍ବନ୍ଧିତ ଖବର