ବଡ଼ଭାଇଙ୍କୁ ପଛରେ ପକାଇଲେ ସାନ: ମୁକେଶ ପତ୍ନୀଙ୍କୁ ୨୫୦ କୋଟିର ଉପହାର ଦେବା ବେଳେ ଅନୀଲଙ୍କ ଉପହାର ଦାମ ୪୦୦ କୋଟି

ମୁମ୍ବାଇ: ଧୀରୁଭାଇ ଅମ୍ବାନୀଙ୍କ ଦୁଇ ସୁପୁତ୍ର ମୁକେଶ ଅମ୍ବାନୀ ଓ ଅନୀଲ ଅମ୍ବାନୀ ଭାରତୀୟ ବ୍ୟବସାୟ ଦୁନିଆର ଦୁଇ ଚିହ୍ନା ମୁହଁ। ଏହି ଦୁଇ ଅମ୍ବାନୀ ଭ୍ରାତା ନିଜର ବିଳାସମୟ ଜୀବନକୁ ନେଇ ସଦା ଗଣମାଧ୍ୟମରେ ଚର୍ଚ୍ଚାରେ ରୁହନ୍ତି। ସେମାନଙ୍କଠାରୁ ବେଶୀ ଚର୍ଚ୍ଚାରେ ରୁହନ୍ତି ସେମାନଙ୍କ ପତ୍ନୀ। ମୁକେଶଙ୍କ ପତ୍ନୀ ନୀତା ଅମ୍ବାନୀ ନିଜର ଷ୍ଟାଇଲିସ୍‌ ଅନ୍ଦାଜ ପାଇଁ ଗଣମାଧ୍ୟମର କ୍ୟାମେରାରେ କଏଦ ହୁଅନ୍ତି ତ ଅନୀଲଙ୍କ ପତ୍ନୀ ଟିନା ଅମ୍ବାନୀଙ୍କ ଜଲଓ୍ଵା ଆହୁରି ବେଶି। ତେବେ, ଚାଲନ୍ତୁ ଜାଣିବା ଏହି ଦୁଇ ସୁନ୍ଦରୀଙ୍କୁ ସେମାନଙ୍କ କୋଟିପତି ସ୍ୱାମୀ ଉପହାର ଆକାରରେ କ’ଣ ଦେଛନ୍ତି।

ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚ୍ୟାୟାର୍‌ମ୍ୟାନ୍‌ ମୁକେଶ ଅମ୍ବାନୀ ତାଙ୍କ ପତ୍ନୀ ନୀତାଙ୍କୁ ତାଙ୍କର ୪୪ତମ ଜନ୍ମଦିନ ଅବସରରେ ଏକ ବିଳାସମୟ ଜେଟ୍‌ ଉପହାର ଦେଇଥିଲେ। ସେହି ଜେଟ୍‌ର ଦାମ ହେଉଛି ୬୦ ଅୟୂତ ଡଲାର। ୨୦୦୮ରେ ଏହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୨୫୦ କୋଟି ଥିଲା। ଉକ୍ତ ଜେଟ୍‌ରେ ବେଡ୍‌ରୁମ୍‌, ବାଥ୍‌ରୁମ୍‌, ବାର୍‌ ଆଦି ରହିଥିବା ଜାଣିବାକୁ ମିଳିଛି।

ମୁକେଶଙ୍କ ସାନଭାଇ ତଥା ରିଲାଏନ୍ସ ଗ୍ରୁପ୍‌ର ଚ୍ୟାୟାର୍‌ମ୍ୟାନ୍‌ ଅନୀଲ ଅମ୍ବାନୀ ତାଙ୍କ ପତ୍ନୀ ଟିନାଙ୍କୁ ଏକ ବିଳାସମୟ ଜାହାଯ ଉପହାର ଦେଇଥିଲେ। ଯାହାର ଦର ହେଉଛି ୮୪ ଅୟୂତ ଡଲାର। ସେ ସମୟରେ ଭାରତୀୟ ମୁଦ୍ରାରେ ତାହାର ଦର ଥିଲା ପାଖାପାଖି ୪୦୦ କୋଟି ଟଙ୍କା। ସେହି ଜାହାଯଟିର ନାଁ ହେଉଛି ‘ଟିଅନ୍‌’। ପତ୍ନୀ ଟିନା ଓ ନିଜ ନାମକୁ ମିଶାଇ ଅନୀଲ ଏହି ନାମଟିକୁ ବାଛିଥିଲେ।

ସମ୍ବନ୍ଧିତ ଖବର