ରେଳବାଇରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର, ଖାଲି ଥିବା ୨୫୭୩ ପଦ ପୂରଣ ପାଇଁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ୨୦୧୮ ଲାଗି ନିଯୁକ୍ତି ଅାବଶ୍ୟକତା ପୂରଣ (ଜବ୍‌ ରିକ୍ୱାରମେଣ୍ଟ)  ଲାଗି ସୂଚନା ଜାରି କରିଛି। ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ୨୫୭୩ଟି ପଦ ପୂରଣ ଲାଗି ବିଜ୍ଞପ୍ତି ଜାରି କରାଯାଇଛି। ତେବେ ଆସନ୍ତୁ ଜାଣିବା ଏହି ପଦ କ’ଣ, ବେତନ କେତେ  ଓ ପ୍ରାର୍ଥୀଙ୍କ ପାଇଁ କେଉଁକେଉଁ ସର୍ତ୍ତ ରହିଛି। ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ଆବେଦନ କରିବାର ଶେଷ ତାରିଖ ୨୫.୦୭.୨୦୧୮  ରହିଛି।

ମୋଟ ପଦ ସଂଖ୍ୟା: ୨୫୭୩
ପୋଷ୍ଟ ନାମ: ଆପ୍ରେଣ୍ଟିସ୍
ପ୍ରାର୍ଥୀଙ୍କ ଯୋଗ୍ୟତା: ଦଶମ ଶ୍ରେଣୀରେ ୫୫ ପ୍ରତିଶତ ମାର୍କ ରଖି ପାସ୍‌ କରିଥିବେ ଏବଂ ଟ୍ରେଡ ସାର୍ଟିଫିକେଟ୍‌
ସର୍ବନିମ୍ନ ବୟସ ସୀମା: ୧୫ବର୍ଷ
ସର୍ବାଧିକ ବୟସ ସୀମା: ୨୪ବର୍ଷ
ସେହିପରି ଏସ୍‌ସି, ଏସ୍‌ଟି ଓ ଓବିସିଙ୍କ ପାଇଁ କୌଣସି ବୟସ ସୀମା ଧାର୍ଯ୍ୟ କରାଯାଇ ନାହିଁ।
ଆପ୍ଲିକେସନ୍‌ ଫି (ଅନ୍‌ଲାଇନ୍‌)

ଜେନେରାଲ/ଓବିସିଙ୍କ ପାଇଁ ୧୦୦ଟଙ୍କା
ଏସ୍‌ସି/ଏସ୍‌ଟି/ପିଡବ୍ଲ୍ୟୁଡି/ଓମେନ୍‌ କ୍ୟାଣ୍ଡିଡେଟ୍‌ ମାଗଣା ଅାବେଦନ କରିପାରିବେ

ସମ୍ବନ୍ଧିତ ଖବର