ଚନ୍ଦାଙ୍କ ତଦନ୍ତ ବ୍ୟାପକ କଲା ଇଡି ହଂକଂ, ସିଙ୍ଗାପୁରର ସହାୟତା ଲୋଡ଼ିଲା

ନୂଆଦିଲ୍ଲୀ: ଭିଡିଓକନ୍‌କୁ ଆଇସିଆଇସିଆଇ ବ୍ୟାଙ୍କର ଋଣ ଅନିୟମିତତା ମାମଲାରେ ବ୍ୟାଙ୍କର ପୂର୍ବତନ ସିଇଓ ତଥା ଏମଡି ଚନ୍ଦା କୋଚ୍ଚରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ପ୍ରବର୍ତନ ନିର୍ଦେଶାଳୟ (ଇଡି) ଏହି ମନି ଲଣ୍ଡରିଂ ମାମଲାରେ ସିଙ୍ଗାପୁର ଏବଂ ହଂକଂର ତଦନ୍ତ ‌ଏଜେନ୍ସିକୁ ପତ୍ର ଲେଖି ସହାୟତା ଲୋଡ଼ିଛି। ଚନ୍ଦାଙ୍କ ସମେତ ତାଙ୍କ ସ୍ବାମୀ ଦୀପକ ଏବଂ ଦିଅର ରାଜୀବଙ୍କ ବ୍ୟାଙ୍କ କାରବାର ଓ ସମ୍ପତ୍ତିର ବିବରଣୀ ଇଡି ମାଗିଛି। ଏହି ମନି ଲଣ୍ଡରିଂ ମାମଲାରେ ‌ଚନ୍ଦାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ସଂପୃକ୍ତି ମଧ୍ୟ ରହିଛି ବୋଲି ଇଡି ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର