ବଢ଼ିଲା ଚନ୍ଦାଙ୍କ ସମସ୍ୟା

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କ ସିଇଓ ଚନ୍ଦା କୋଚ୍ଚରଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଭାରତୀୟ ଶିଳ୍ପ ଓ ବାଣିଜ୍ୟ ସଂଘ (ଫିକି) ମହିଳା ସଂଗଠନର ବାର୍ଷିକ କାର୍ଯ୍ୟକ୍ରମ ଚଳିତମାସ ୫ ତାରିଖରେ ହେବ। ଏଥିରେ ପୂର୍ବରୁ ଚନ୍ଦା ସମ୍ମାନିତ ଅତିଥି ଭାବେ ଯୋଗଦେବେ ବୋଲି ସ୍ଥିର ହୋଇଥିଲା। କେବଳ ସେତିକି ନୁହେଁ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ସମ୍ମାନିତ କରିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ହଠାତ୍‌ ଫିକି ମହିଳା ସଂଗଠନର କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ ବୋଲି କୋଚ୍ଚର ନିଷ୍ପତ୍ତି ନେଇଛନ୍ତି। ପୂର୍ବ ନିମନ୍ତ୍ରଣ ପତ୍ରରେ ଚନ୍ଦାଙ୍କ ନାମ ରହିଥିବାବେଳେ ଫିକି ପକ୍ଷରୁ ଏବେ ଅତିଥିମାନଙ୍କ ପାଖକୁ ପଠାଯାଉଥିବା ନୂଆ ନିମନ୍ତ୍ରଣପତ୍ରରେ କୋଚ୍ଚରଙ୍କ ନାମ ନାହିଁ। କୋଚ୍ଚର କାର୍ଯ୍ୟକ୍ରମକୁ ଆସୁ ନଥିବା ବିଷୟ ମଧ୍ୟ ଫିକି ମହିଳା ସଂଗଠନର କାର୍ଯ୍ୟନିର୍ବାହୀ ନିର୍ଦେଶିକା ରଶ୍ମୀ ସରିତା କହିଛନ୍ତି।

ସମ୍ବନ୍ଧିତ ଖବର