ଚିଦମ୍ବରମ୍‌ ଆରମ୍ଭ କଲେ ଅର୍ଥ ଆୟୋଗ ବିବାଦ

ନୂଆଦିଲ୍ଲୀ: ପଞ୍ଚଦର୍ଶ ଅର୍ଥ ଅୟୋଗକୁ ବିଚାର ପାଇଁ ସରକାର ପ୍ରଦାନ କରିଥିବା କାର୍ଯ୍ୟସାରଣୀ ସର୍ତାବଳୀରେ ଗୁରୁତର ତ୍ରୁଟି ରହିଛି। ଏହା କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦମ୍ବରମ୍‌। ଏସବୁ ସର୍ତାବଳୀ ଉତ୍ତମ ପ୍ରଦର୍ଶନ କରୁଥିବା ଦକ୍ଷିଣ ଭାରତୀୟ ରାଜ୍ୟ ଗୁଡ଼ିକ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି। କେରଳର ଥିରୁବନନ୍ତପୁରମ୍‌ଠାରେ ଦକ୍ଷିଣ ଭାରତର ରାଜ୍ୟ ଗୁଡ଼ିକର ଅର୍ଥମନ୍ତ୍ରୀମାନେ ପଞ୍ଚଦଶ ଅର୍ଥ ଆୟୋଗର ବିଚାର ପାଇଁ କେନ୍ଦ୍ର ସରକାର ରଖିଥିବା ସର୍ତାବଳୀ ଉପରେ ବିଚାରବିମର୍ଶ ନିମନ୍ତେ ବୈଠକ ଚାଲିଥିବାବେଳେ ଚିଦମ୍ବରମ୍‌ ଏହି ମନ୍ତବ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର