ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଶୁକ୍ରବାର ‘ଆଇସିଆଇସି’ର ନୂତନ ମୋବାଇଲ ଏଟିଏମ୍କୁ ପୁରୀ ଜିଲ୍ଲା ପାଇଁ ଶୁଭାରମ୍ଭ କରିଛନ୍ତି। ରାଜ୍ୟ ସଚିବାଳୟ ପରିସରରେ ପ୍ରିନ୍ସପାଲ ସଚିବ (ଅର୍ଥ) ଅଶୋକ କୁମାର ମୀନା ଓ ଆଇସିଆଇସିଆଇର ଆଂଚଳିକ ମୁଖ୍ୟ ପ୍ରଦୋଷ ରଂଜନ ରାଉତଙ୍କ ଉପସ୍ଥିତିରେ ଶ୍ରୀ ପାଢ଼ୀ ମୋବାଇଲ ଏଟିଏମ୍କୁ ଶୁଭାରମ୍ଭ କରିଛନ୍ତି। ସାମୁଦ୍ରିକ ଝଡ଼ ‘ଫନି’ ପରେ ପୁରୀ ଜିଲ୍ଲାରେ ବ୍ୟାଙ୍କିଙ୍ଗ ଏବଂ ଏଟିଏମ ସେବା ପ୍ରଭାବିତ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।
ଏହି ଅବସରରେ ସଚିବ ମୀନା କହିଛନ୍ତି, ବ୍ୟାଙ୍କିଙ୍ଗ ପରିସ୍ଥିତି ପୁରୀ ଜିଲ୍ଲାରେ ସ୍ୱାଭାବିକ ହେଉଛି। ପ୍ରାୟ ୪୫ ପ୍ରତିଶତ ଏଟିଏମ କାମ କରୁଛି। ବ୍ୟାଙ୍କ ଶାଖା ଗୁଡ଼ିକରେ ମଧ୍ୟ ଆର୍ଥିକ କାରବାର ଆରମ୍ଭ ହୋଇଛି। ବିଭିନ୍ନ ବ୍ୟାଙ୍କ ଦ୍ୱାରା ୨୬ଟି ମୋବାଇଲ ଏଟିଏମ ପୁରୀ ଜିଲ୍ଲାରେ ବୁଲୁଛି।
ବ୍ୟାଙ୍କର ଆଚଂଳିକ ମୁଖ୍ୟ ରାଉତ କହିଛନ୍ତି, ବାତ୍ୟା ପରେ ପୁରୀ ଓ ଭୁବନେଶ୍ୱରରେ ଆଇସିଆଇସିଆଇର ଶାଖା ଗୁଡ଼ିକ କାମ କରିଛି। ଆଇସିଆଇସି ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ କୋଟି ଟଙ୍କା ବାତ୍ୟା ସହାୟତା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Pic-ICICI-Bank-deploys-mobile-ATM-in-Puri-district.jpg)