‘ଟିକ୍ ଟକ୍’ ନିର୍ମାତା ଆଣିଲେ ଆଉ ଏକ ନୂଆ ଆପ୍, ଏହି ସୁବିଧା ମିଳୁଥିବାରୁ ୧ଲକ୍ଷରୁ ଅଧିକ ଲୋକେ କରି ସାରିଲେଣି ଡାଉନଲୋଡ୍

ନୂଆଦିଲ୍ଲୀ: ଚୀନର କମ୍ପାନି ବାଇଟଡାନ୍ସ ପର୍ବରୁ ଛୋଟ ଭିଡିଓ ତିଆରି ହୋଇପାରୁଥିବା ଆପ୍ ‘ଟିକ୍ ଟକ୍’ ବାହାର କରିଥିବା ବେଳେ ଏହି ଆପ୍ ଏବେ ଭାରତ ସହ ଅନ୍ୟ ଦେଶରେ ଲୋକପ୍ରିୟ ହୋଇ ସାରିଲାଣି। ଯୁବପିଢ଼ିଙ୍କଠାରୁ ଆରମ୍ଭ କରି ବୟସ୍କମାନେ ମଧ୍ୟ ଏହାକୁ ବ୍ୟବହାର କରୁଥିବା ଦେଖାଯାଉଛି। ଏହା ସହ ଲୋକେ ଏହି ଆପ୍ ଜରିଆରେ ନିଜର ଲୁଚି ରହିଥିବା କଳା ପରିପ୍ରକାଶ କରୁଛନ୍ତି।

ତେବେ ଟିକ୍ ଟକ୍ ଆପ୍ ଲୋକପ୍ରିୟ ହୋଇ ସାରିଥିବା ବେଳେ ଏବେ ବାଇଟଡାନ୍ସ କମ୍ପାନି ଆଉ ଏକ ଆପ୍ ମାର୍କେଟକୁ ଆଣିଛି। ଆପର ନାଁ ‘ରେସୋ’ ରଖାଯାଇଥିବା ବେଳେ ଏହାର ବିଟା ଭର୍ଜନକୁ ଭାରତ ଓ ଇଣ୍ଡୋନେସିଆରେ ପରୀକ୍ଷା କରାଯାଉଥିବା ଜଣା ପଡ଼ିଛି। ତେବେ ଏହି ଆପର କାମ ‘ଟିକ୍ ଟକ’ଠାରୁ ସଂପୂର୍ଣ୍ଣ ଭିନ୍ନ। ‘ଟିକ୍ ଟକ୍’ ଆପରେ ଲୋକେ ଭିଡିଓ ତିଆରି କରୁଥିବା ବେଳେ ଏହି ଆପ୍ ଜରିଆରେ ଲୋକେ ଗୀତ ଶୁଣି ପାରିବେ। ଏହି ଆପକୁ କମ୍ପାନି ସ୍ପଟିଫାଏ, ଗାନା, ୱିଙ୍କ୍ ଓ ଆପଲ ମ୍ୟୁଜିକ ଭଳି ଆପକୁ ଟକ୍କର ଦେବା ପାଇଁ ମାର୍କେଟକୁ ଆଣିଥିବା ଜଣାପଡ଼ିଛି।

Image result for china-based-tiktok-firm-bytedance-new-app-resso-testing-in-india
Livemint

କମ୍ପାନି ପକ୍ଷରୁ କୁହାଯାଇଛି କି, ଏହାକୁ ଭାରତ ଓ ଇଣ୍ଡୋନେସିଆରେ ପରୀକ୍ଷା କରାଯାଉଥିବା ବେଳେ ପ୍ରାୟ ୧ଲକ୍ଷ ଲୋକ ଏହାକୁ ଡାଉନଲୋଡ କରି ସାରିଛନ୍ତି। ଏହି ଆପ୍ ଏବେ ଗୁଗଲ ପ୍ଲେ ଷ୍ଟୋରରେ ମଧ୍ୟ ଉପଲବ୍ଧ ଥିବା ବେଳେ ୧ଲକ୍ଷରୁ ଅଧିକ ଲୋକ ଏହାକୁ ନିଜ ଫୋନରେ ଇନଷ୍ଟଲ କରିଥିବା ଦେଖାଯାଇଛି। ଏବେ ଆପର ଲାଭ ଲୋକେ ମାଗଣାରେ ଉଠାଇ ପାରିବା ସହ ମାସକୁ ୧୧୯ଟଙ୍କା ଦେଇ ମଧ୍ୟ ଏଥିରେ ଗୀତ ଶୁଣି ପାରିବେ। ବର୍ତ୍ତମାନ ଲୋ‌କେ ଏହାର ମାଗଣା ଭର୍ଜନର ଅଧିକ ଲାଭ ଉଠାଉଥିବା କମ୍ପାନି କକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର