ଚୀନ୍‌ର କାର୍‌ କଂପାନି ‘ଗ୍ରେଟ୍‌ ୱାଲ୍‌’ ଭାରତ ଆସିବ

ନୂଆଦିଲ୍ଲୀ: ଏସ୍‌ୟୁଭି ନିର୍ମାଣ କରିବାରେ ଚୀନ୍‌ର ସବୁଠୁ ବଡ଼ ଗାଡ଼ି କଂପାନି ଗ୍ରେଟ୍ ୱାଲ୍ ଭାରତ ଆସିବାକୁ ସଜବାଜ ହେଉଛି। ଏଠାରେ ଏହି କଂପାନି ୭୦୦୦ କୋଟିରୁ ଅଧିକ ଟଙ୍କା ନିବେଶ କରିବାକୁ ଯୋଜନା ରଖିଛି। କଂପାନିର ଅଧ୍ୟକ୍ଷ ୱେଇ ଜିଆନଜୁନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବା ଲାଗି ସମୟ ମାଗିଛନ୍ତି। ଏହି ସଂସ୍ଥା ନିଜର କାରଖାନା ସ୍ଥାପନ କରିବା ଲାଗି ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁରେ ଜମି ଖୋଜୁଛି।

ସମ୍ବନ୍ଧିତ ଖବର