ବିବାଦ ପରେ ସର୍ବସାଧାରଣରେ ଚନ୍ଦା କୋଚ୍ଚରଙ୍କ ଦେଖା ମିଳିଲା

ମୁମ୍ବାଇ: ଭିଡିଓକନ୍‌ ଗ୍ରୁପ୍‌ ଓ ସ୍ୱାମୀ ଦୀପକ କୋଚ୍ଚରଙ୍କ ଦ୍ୱାରା ସ୍ଥାପିତ ନ୍ୟୁପାଓ୍ଵାର ରିନେେଓ୍ଵବଲ୍‌ସ କମ୍ପାନିକୁ ଋଣ ପ୍ରଦାନରେ ଅନିୟମିତତାର ଅଭିଯୋଗ ଆସିବା ପରେ ଆଜି ପ୍ରଥମ ଥର ପାଇଁ ଆଇସିଆଇସିଆଇ ବ୍ୟାଙ୍କର ସିଇଓ ତଥା ଏମ୍‌ଡି ଚନ୍ଦା କୋଚ୍ଚରଙ୍କୁ ଏକ ସର୍ବସାଧାରଣ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି। ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲଙ୍କ ପୁଅ ସୌର୍ଯ୍ୟ ଡୋଭାଲଙ୍କ ସଂସ୍ଥା ଇଣ୍ଡିଆ ଫାଉଣ୍ଡେସନ୍‌ ଓ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ପକ୍ଷରୁ ମିଳିତଭାବେ ଆୟୋଜିତ କାର୍ଯ୍ୟକ୍ରମରେ ଚନ୍ଦାଙ୍କୁ ଦେଖିବାକୁ ମିଳିଛି। ସମ୍ମିଳନୀ ସ୍ଥଳ ନିକଟରେ ପହଞ୍ଚିବା ପରେ ଚନ୍ଦାଙ୍କୁ ତୁରନ୍ତ ବିଏସ୍‌ଇର ସିଇଓ ଆଶିଷ ଚୌହାନ ସେଠାକାର ଭିଆଇପି ରୁମ୍‌କୁ ନେଇ ଯାଇଥିଲେ। ତାଙ୍କୁ ଜଣେ ସାମ୍ବାଦିକ ଭିଡିଓକନ୍‌ ଓ ନ୍ୟୁପାଓ୍ଵାର ରିନେେଓ୍ଵବଲ୍ସକୁ ନେଇ ଉଠିଥିବା ବିବାଦ ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନଥିଲେ।

ସମ୍ବନ୍ଧିତ ଖବର