ଭାରତ ଆସିବାକୁ ମନାକଲେ ଚୋକ୍‌ସି

ମୁମ୍ବାଇ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଅନ୍ୟତମ ପ୍ରମୁଖ ଅଭିଯୁକ୍ତ ତଥା ନିରବ ମୋଦୀଙ୍କ ମାମୁ ମେହୁଲ୍ ଚୋକ୍‌ସି ଭାରତ ଆସିବାକୁ ମନା କରିଦେଇଛନ୍ତି। ଆସନ୍ତା ୩ ମାସ ପାଇଁ ସେ ଭାରତ ଆସି ପାରିବେ ନାହିଁ ବୋଲି କହିଛନ୍ତି। ମୁମ୍ବାଇରେ ତାଙ୍କୁ ପଳାତକ ଘୋଷଣା ପାଇଁ ହୋଇଥିବା ଆବେଦନର ଶୁଣାଣି ‌ବେଳେ ତାଙ୍କ ଓକିଲ ଅଦାତଲକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚୋକ୍‌ସିଙ୍କ ସ୍ବାସ୍ଥ୍ୟ ଭଲ ନାହିଁ। ଭିଡିଓ କନଫେରନ୍ସିଂ ମାଧ୍ୟମରେ ତାଙ୍କ ବୟାନ ନେଇପାରିବେ। ଏହାବ୍ୟତୀତ ଓକିଲ ଏହା ମଧ୍ୟ କହିଛନ୍ତି ଯେ ପ୍ରବର୍ତ୍ତନ ନି‌ର୍ଦ୍ଦେଶାଳୟ (ଇଡି)ର ଅଧିକାରୀମାନେ ଆଣ୍ଟିଗୁଆ ଯାଇକରି କିମ୍ବା ଭିଡିଓ କନ‌ଫେରନ୍ସିଂ ମାଧ୍ୟମରେ ତାଙ୍କ ବୟାନ ରେକର୍ଡ କରିପାରିବେ। ନଚେତ ଦେହ ଭଲ ହେବା ପରେ ସେ ନିଜେ ଆସି ଅଦାଲତରେ ତାଙ୍କ ବୟାନ ରଖିବେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର