ଚୋକ୍‌ସିଙ୍କୁ ବି ଭଲ ଲାଗୁନି ଭାରତ ଜେଲ୍‌

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (ପିଏନ୍‌ବି)ରେ ହୋଇଥିବା ୧୪ ହଜାର କୋଟି ଟଙ୍କା ଠକେଇର ଅନ୍ୟତମ ଅଭିଯୁକ୍ତ ହେଉଛନ୍ତି ମେହୁଲ୍‌ ଚୋକ୍‌ସି କହିଛନ୍ତି ଯେ, ଭାରତର ଜେଲ୍‌ଗୁଡ଼ିକ ଭଲ ନୁହେଁ। ମାନବିକ ଅଧିକାରକୁ ସେଗୁଡ଼ିକ ଉଲ୍ଲଂଘନ କରୁଛନ୍ତି। କିଛି ଦିନ ତଳେ ମଦ ବ୍ୟବସାୟୀ ମାଲ୍ୟା ଯେଉଁ କଥା କହିଥିଲେ ତାହାକୁ ଚୋକ୍‌ସି ଦୋହରାଇଛନ୍ତି। ସେ ଆଉ ମଧ୍ୟ କହିଛନ୍ତି ଯେ, ଭାରତରେ ମୋ ଜୀବନ ପ୍ରତି ବିପଦ ରହିଛି। ମୋ ବିରୋଧରେ ଗଣମାଧ୍ୟମରେ ବହୁତ ଚର୍ଚା ହେଉଛି। କେହି ଅଭିଯୋଗର ସତ୍ୟତା ବିଷୟରେ ଜାଣିବାକୁ ଚାହୁଁନାହାନ୍ତି। ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ଅନେକ ରିପୋର୍ଟ ଯୋଗୁ ବିଚାର ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର