୨୦୧୯-୨୦ ପର୍ଯ୍ୟନ୍ତ ଜାରି ରହିବ ଅଣୁସାର ଭିତ୍ତିକ ସବସିଡି, ସିଟି କମ୍ପୋଷ୍ଟ ସ୍କିମ

 ନୂଆଦିଲ୍ଲୀ : କେନ୍ଦ୍ର ସରକାର ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅଣୁସାର ଭିତ୍ତିକ ସବସିଡି ଏବଂ ସିଟି କମ୍ପୋଷ୍ଟ ସ୍କିମକୁ ୨୦୧୯-୨୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବଳବତର ରଖିବେ ଅତିରିକ୍ତ ସମୟ ପାଇଁ ଏହି ଯୋଜନା ସକାଶେ କେନ୍ଦ୍ର ସରକାରଙ୍କୁ ୬୧,୭୯୨ କୋଟି ଟଙ୍କା ଖର୍ଚ୍ଚ ବହନ କରିବାକୁ ପଡିବ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର (ଡିବିଟି) ମାଧ୍ୟମରେ ସାର କମ୍ପାନୀମାନଙ୍କୁ ସବସିଡିଯୁକ୍ତ ସାର ପ୍ରଦାନ ନିମନ୍ତେ ଏହି ଅର୍ଥ ପ୍ରଦାନ କରାଯିବ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ଏହାକୁ ଅନୁମୋଦନ ପ୍ରଦାନ କରିଛନ୍ତି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ଯୋଜନା (ସ୍ୱାଧିନ) ଏବଂ ରସାୟନ ସାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଓ ଇନ୍ଦରଜିତ ସିଂ ଏହି ସୂଚନା ଦେଇଛନ୍ତି ସେ କହିଛନ୍ତି ଯେ, କେନ୍ଦ୍ର ସରକାର ସାରର ସୁଷମ ବଣ୍ଟନ ଏବଂ ଏହାର ଦର ନିୟନ୍ତ୍ରଣ ସକାଶେ ରସାୟନିକ ସାରକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରେ ରଖିଛନ୍ତି ଚାଷୀମାନଙ୍କୁ ଯେପରି ସୂଲଭ ଦରରେ ସବୁ ଋତୁରେ ସବସିଡିଯୁକ୍ତ ସାର ମିଳିବ ତାହା ସୁନିଶ୍ଚିତ କରାଯାଉଛି ଏବେ କେନ୍ଦ୍ର ସରକାର କାରଖାନାରୁ ଚାଷୀ ପାଖକୁ ପହଞ୍ଚିବା ପର୍ଯ୍ୟନ୍ତ ରସାୟନିକ ସାରର ବଣ୍ଟନ ପ୍ରକ୍ରିୟା  ଉପରେ ତୀକ୍ଷ୍ନ ନଜର ରଖୁଛନ୍ତି ଅନଲାଇନ ଜରିଆରେ ସମନ୍ୱିତ ସାର ଯୋଗାଣ ବ୍ୟବସ୍ଥାକୁ ତଦାରଖ କରାଯାଉଛି ସିଟି କମ୍ପୋଷ୍ଟ ସ୍କିମ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ରାଓ ଇନ୍ଦରଜିତ ସିଂ କହିଲେ ଯେ, ସହରାଂଚଳରେ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକୁ ସମର୍ଥନ ଦେବାଲାଗି ସିଟି କମ୍ପୋଷ୍ଟ ସ୍କିମ ଆରମ୍ଭ କରାଯାଇଛି ଆଖପାଖ ଅଞ୍ଚଳର ଚାଷୀଙ୍କୁ ଏହି କମ୍ପୋଷ୍ଟ ଖତ ରିହାତି ଦରରେ ଯୋଗାଇଦେବାର ବ୍ୟବସ୍ଥା କରାଯାଉଛି କେନ୍ଦ୍ର ସରକାର ୨୦୧୬ ପରେ ସିଟି କମ୍ପୋଷ୍ଟ ଉତ୍ପାଦନ ବୃଦ୍ଧି କରିବା ଲକ୍ଷ୍ୟ ରଖି ବଜାର ବିକାଶ ସହାୟତା ଦେଉଛନ୍ତି, ଯାହାକି ଏକ ମେଟ୍ରିକ ଟନ୍ କମ୍ପୋଷ୍ଟ ଖତ ପିଛା ୧୫୦୦ ଟଙ୍କାର ସବସିଡି ସମ୍ପୃକ୍ତ ସଂସ୍ଥାମାନଙ୍କୁ ପ୍ରଦାନ କରାଯାଉଛି ବୋଲି କେନ୍ଦ୍ର ମନ୍ତ୍ରୀ ଲୋକସଭାକୁ ଜଣାଇଛନ୍ତି

 

ସମ୍ବନ୍ଧିତ ଖବର