ମୃଦୁ ପାନୀୟର ରେସିପି ବଦଳାଇବେ କୋକ୍‌ ଓ ପେପ୍‌ସି

ନୂଆଦିଲ୍ଲୀ: ବହୁଳ ବିକ୍ରି ହେଉଥିବା ମୃଦୁ ପାନୀୟରେ ଷ୍ଟିଭିଆ ଉଦ୍ଭିଦରୁ ପ୍ରସ୍ତୁତ ପ୍ରାକୃତିକ ଶର୍କରା ମିଶାଇ ରେସିପି ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି ପେପ୍‌ସିକୋ ଏବଂ କୋକା-କୋଲା କମ୍ପାନି। ଆଟ୍‌ଲାଣ୍ଟାରେ ମୁଖ୍ୟାଳୟ ଥିବା କୋକା-କୋଲା କମ୍ପାନି ଦେଶରେ ସର୍ବାଧିକ ବିକ୍ରୟ ହେଉଥିବା ଆମ୍ବ ପାନୀୟ ‘ମାଜା’ରେ ଶତକଡ଼ା ୩୦ ରୁ ୫୦ ଭାଗ ଶର୍କରା କମାଇ ବଜାରକୁ ଛାଡ଼ି ପାରେ ବୋଲି ବିଶେଷ ସୂତ୍ରରୁ ପ୍ରକାଶ।

ମୃଦୁ ପାନୀୟରେ ଅଧିକ ପରିମାଣର ଶର୍କରା ରହୁଥିବା ଯୋଗୁଁ ସର୍ବସାଧାରଣରେ ଉପୁଜୁ ଥିବା ଉଦ୍‌ବେଗକୁ ଦୃଷ୍ଟିରେ ରଖି ପେପ୍‌ସିକୋ ମଧ୍ୟ ‘ସେଭେନ୍‌ଅପ୍‌’କୁ ସ୍ୱଳ୍ପ କ୍ୟାଲୋରି ସମ୍ପନ୍ନ କରି ପରୀକ୍ଷାମୂଳକ ଭାବେ ବଜାରକୁ ଛାଡ଼ିଛି। କୋକ୍‌ ମଧ୍ୟ ‘ଫାଣ୍ଟା’କୁ ସେମିତି କରି ବଜାରକୁ ଛାଡ଼ିଛି। ନୂତନ ‘ଫାଣ୍ଟା’ରେ ମିଶୁଛି ଷ୍ଟିଭିଆ ସହ ପ୍ରାୟ ୫% କମଳା ରସ।

Photo Courtesy of Susanne Posel

ଖାଦ୍ୟ ଏବଂ ପାନୀୟର ଫର୍ମୁଲା ବଦଳାଇବା ଏକ କଠିନ ବ୍ୟାପାର ହୋଇଥିବାରୁ କୋକା-କୋଲା ଅସୁବିଧାରେ ସମ୍ମୁଖୀନ ହୋଇଥିଲା। ୧୯୮୫ ମସିହାରେ କମ୍ପାନି ନୂତନ ଫର୍ମୁଲାରେ ପ୍ରସ୍ତୁତ କୋକ୍‌ ପ୍ରଚଳନ କରି ଗ୍ରାହକମାନଙ୍କ ଠାରୁ ନକାରାତ୍ମକ ପ୍ରତିକ୍ରିୟା ପାଇଥିଲା। ତେଣୁ ତିନି ମାସ ପରେ, ସେ ନୂତନ ଫର୍ମୁଲାରେ ପ୍ରସ୍ତୁତ ପାନୀୟକୁ ପ୍ରତ୍ୟାହାର କରିଥିଲା। ତେଣୁ ଫର୍ମୁଲା ପରିବର୍ତ୍ତନ କରାଯାଇ ପ୍ରସ୍ତୁତ କରାଯାଇଥିବା ‘ସେଭେନ୍‌ଅପ୍‌’ ଏବଂ ’ଫାଣ୍ଟା’କୁ ପ୍ରଥମେ ଭାରତୀୟ ବଜାରକୁ ଛଡ଼ା ଯିବ। ପେପ୍‌ସିକୋର ହାଇଡ୍ରୋନିକ୍‌ ବ୍ରାଣ୍ଡ୍‌ ‘ସେଭେନ୍‌ଅପ୍‌’ ପ୍ରଥମରୁ ହିଁ ଷ୍ଟିଭିଆକୁ ଏକ ଉପାଦାନ ଭାବେ ଗ୍ରହଣ କରି ପ୍ରସ୍ତୁତ ହୋଇଥିଲା।

ସମ୍ବନ୍ଧିତ ଖବର