ପରିବହନ ବ୍ୟବସ୍ଥାରେ ଉନ୍ନତି ପାଇଁ କମିଟି ଗଠିତ

ଭୁବନେଶ୍ୱର: ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସାଧାରଣ ପରିବହନ ବ୍ୟବସ୍ଥାରେ ଉନ୍ନତି ଆଣି ପ୍ରଦୂଷଣ ମାତ୍ରା କମାଇବା ପାଇଁ ନିତି ଆୟୋଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ରାଜ୍ୟସ୍ତରରେ ଏ ନେଇ କମିଟି ଗଠନ ପାଇଁ ଆୟୋଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହି ପରାମର୍ଶକୁ ଆଧାର କରି ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତୀୟ ଟାସ୍କ ଫୋର୍ସ କମିଟି ଗଠନ କରାଯାଇଛି। ୮ଜଣ ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ଏହି କମିଟିରେ ସଦସ୍ୟଭାବେ ଉନ୍ନୟନ କମିସନର, କୃଷି ଉତ୍ପାଦନ କମିସନର, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ, ନଗର ଉନ୍ନୟନ ବିଭାଗ ସଚିବ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବଙ୍କୁ ନିଆଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ଉକ୍ତ କମିଟିର ସଦସ୍ୟ ତଥା ଆବାହକ ରହିଛନ୍ତି।

ସମ୍ବନ୍ଧିତ ଖବର