ଏୟାରଟେଲ୍‌ ପେମେଣ୍ଟ୍‌ ବ୍ୟାଙ୍କ୍‌-ଏଚପିସିଏଲ୍‌ ବୁଝାମଣା

 

ଭୁବନେଶ୍ୱର: ଡିଜିଟାଲ୍‌ ପେମେଣ୍ଟ୍‌ ପାଇଁ ଏୟାରଟେଲ୍‌ ଏବଂ ତୈଳ କଂପାନି ଏଚ୍‌ପିସିଏଲ୍‌ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହୋଇଛି। ବୁଝାମଣା ଅନୁସାରେ ଏୟାରଟେଲ ପେମେଣ୍ଟ ବ୍ୟାଙ୍କ ଦ୍ୱାରା ଗ୍ରାହକମାନେ ଓଡିଶାର ୩୩୫ ଏଚପିସିଏଲ ଆଉଟ୍‌ଲେଟ୍‌ରୁ ତୈଳ ଖରିଦ କରିପାରିବେ। ଭୁବନେଶ୍ୱରରେ ଚିନ୍ତାମଣିଶ୍ୱର ଏଚପିସିଏଲ ପେଟ୍ରୋଲ୍‌ ପମ୍ପ୍‌ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଏ ବିଷୟରେ ଘୋଷଣା କରାଯାଇଛି। ବାଲେଶ୍ୱର, ବ୍ରହ୍ମପୁର ଏବଂ ସମ୍ବଲପୁରରେ ମଧ୍ୟ ଏଚପିସିଏଲ ପେଟ୍ରୋଲ୍‌ ପମ୍ପ୍‌ଗୁଡ଼ିକରେ ଏହି ସୁବିଧାର ଶୁଭାରମ୍ଭ କରାଯିବ। ଏଚ୍‌ପିସିଏଲ୍‌ର ଆଉଟ୍‌ଲେଟ୍‌ଗୁଡ଼ିକରେ ଏୟାରଟେଲ ପେମେଣ୍ଟ ବ୍ୟାଙ୍କର ଗ୍ରାହକମାନେ ନୂତନ ଆକାଉଣ୍ଟ ଖୋଲିବା ସହିତ ଟଙ୍କା ଜମା, ଉଠାଣ ଏବଂ ଟ୍ରାନ୍ସଫର କରିପାରିବେ ବୋଲି ଏୟାରଟେଲ୍‌ ପେମେଣ୍ଟ୍‌ ବ୍ୟାଙ୍କର ସିଇଓ ଶଶି ଅରୋରା କହିଛନ୍ତି।

 

ସମ୍ବନ୍ଧିତ ଖବର