ଏପ୍ରିିଲରେ ମୁଦ୍ରାସ୍ଫୀତି ବଢ଼ିଲା

ନୂଆଦିଲ୍ଲୀ: ଏପ୍ରିିଲ ମାସରେ ଦେଶରେ ଉଭୟ ପାଇକାରୀ ଓ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ଘଟିଛି। ପାଇକାରୀ ମୁଦ୍ରାସ୍ଫୀତି ୩.୧୮%କୁ ବୃଦ୍ଧି ପାଇଛି। ଖାଦ୍ୟ ଏବଂ ଇନ୍ଧନ ମୂଲ୍ୟ ବୃଦ୍ଧି ଫଳରେ ଦେଶର ପାଇକାରୀ ମୁଦ୍ରାସ୍ଫୀତିରେ ଏହି ବୃଦ୍ଧି ଦେଖାଦେଇଛି। ଚଳିତବର୍ଷ ମାର୍ଚ୍ଚରେ ପାଇକାରୀ ମୁଦ୍ରାସ୍ଫୀତି ୨.୪୭% ରହିଥିବାବେଳେ ଗତବର୍ଷ ଏପ୍ରିିଲରେ ଏହା ୩.୮୫% ରହିଥିଲା ବୋଲି ସୋମବାର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଏହା ଜଣାଯାଇଛି। ସେହିଭଳି ଏପି୍ରଲରେ ଖୁଚୁରା ମୁଦ୍ରାସ୍ଫୀତି ୪.୫୮%କୁ ବୃଦ୍ଧି ଘଟିଛି । ଚଳିତବର୍ଷ ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ୪.୨୮% ଥିବାବେଳେ ଗତବର୍ଷ ଏପ୍ରିଲରେ ଏହା ୨.୯୯% ରହିଥିଲା।

ସମ୍ବନ୍ଧିତ ଖବର