କର୍ପୋରେସନ ବ୍ୟାଙ୍କର ନୂଆ ଆଞ୍ଚଳିକ ମୁଖ୍ୟ

ଭୁବନେଶ୍ବର: କର୍ପୋରେସନ ବ୍ୟାଙ୍କର ନୂଆ ଆଞ୍ଚଳିକ ମୁଖ୍ୟ ଭାବେ ଏ ଆର ରାଘବେନ୍ଦ୍ର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ମାଙ୍ଗାଲୋରରେ ଉପମହାପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ। ୧୯୮୪ରେ ସେ କର୍ଣ୍ଣାଟକର ଚିକ୍‌ମାଙ୍ଗାଲୁର ଠାରେ ବ୍ୟାଙ୍କରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ଅହମ୍ମଦାବାଦ, ବାଙ୍ଗାଲୋର ଓ ମାଙ୍ଗାଲୋର ଭଳି ସହରରେ ରହି କାର୍ଯ୍ୟ କରିଛନ୍ତି। ଓଡ଼ିଶାରେ ବ୍ୟାଙ୍କର ମୋଟ କାରବାରକୁ ୮୦୦୦ କୋଟି ଟଙ୍କାରେ ପହଞ୍ଚାଇବା ଓ ଏନ୍‌ପିଏକୁ ଅତିକମ୍‌ରେ ୨୫% କମାଇବାକୁ ସେ ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର