ଇଟାଲିର ସ୍ପୋର୍ଟସ କାର ନିର୍ମାତା ପାଗାନି ଅଟୋମୋବାଇଲ ନିକଟରେ ୧୨୨ କୋଟି ଟଙ୍କା ମୂଲ୍ୟର କାର୍‌ ‘ପାଗାନି ଜୋଣ୍ଡା ଏଚ୍‌ପି ବାରସେଟା’ ଆଣିବା ପରେ ଦାମୀ କାରକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ଅତୀତରେ ମଧ୍ୟ ଏମିତି ଅନେକ ଦାମୀ କାର୍‌ ଆସିଛି। ଏଠାରେ କେତୋଟି ଦାମୀ କାର୍‌କୁ ନେଇ ଆମର ଏହି ବିଶେଷ ଉପସ୍ଥାପନା:

Advertisment

ବୁଗାଟି ଭେରନ୍‌ ମାନ୍‌ସୋରି ଭିଭେରି
ଏହି କାର୍‌ଟି ମଧ୍ୟ ସୀମିତ ସଂସ୍କରଣ କାର୍‌ ଭାବରେ ଆସିଥିଲା। ଏହି କାରର୍‌ ମୂଲ୍ୟ ପ୍ରାୟ ୨୩ କୋଟି ୩୪ ଲକ୍ଷ ଟଙ୍କା । ୧୨୦୦ ଏଚ୍‌ପିର ଇଞ୍ଜିନ ଲାଗିଥିବା ଏହି କାରର ଘଣ୍ଟାପ୍ରତି ସର୍ବାଧିକ ବେଗ ୪୦୬ କିମିରୁ ଅଧିକ।

ଲାମ୍ବୋରଘିନି ଭେନେନୋ
ଲାମ୍ବୋରଘିନି ଭେନେନୋ ବିଶ୍ୱର ଅନ୍ୟତମ ଦାମୀ କାର୍‌। ଏହାର ମୂଲ୍ୟ ପ୍ରାୟ ୩୦ କୋଟି ୮୮ ଲକ୍ଷ ଟଙ୍କା। ୨.୯ ସେକେଣ୍ଡ୍‌ରେ ଏହି କାରର ବେଗ ଶୂନରୁ ଶହେ କିମିକୁ ବୃଦ୍ଧି ପାଇଥାଏ।

publive-image

କୋଏନିଂସେଗ୍‌ ସିସିଏକ୍ସଆର୍‌ ଟ୍ରେଭିଟା
କୋଏନିଂସେଗ୍‌ କମ୍ପିଟିସନ୍‌ କୁପେକୁ ପ୍ରଥମେ ଆଧୁନିକୀକରଣ କରାଯାଇ କମ୍ପିଟିସନ୍‌ କୁପେ ଏକ୍ସ (ସିସିଏକ୍ସ) ଏବଂ ପରେ ସିସିଏକ୍ସଆର୍‌ରେ ପରିଣତ କରାଯାଇଥିଲା। ଏହାପରେ ଏହି କାରକୁ ସିସିଏକ୍ସଆର୍‌ ଏସ୍‌ଇ ଏବଂ ତା ପରେ ସିସିଏକ୍ସଆର୍‌ ଟ୍ରେଭିଟାରେ ରୂପାନ୍ତରିତ କରାଯାଇଥିଲା। ଏହି ଦାମୀ କାର୍‌ର ମୂଲ୍ୟ ୩୨ କୋଟି ୯୫ ଲକ୍ଷ ଟଙ୍କ।

ମର୍ସିଡିଜ୍‌ ମେବ୍ୟାକ୍‌ ଏକ୍ସଲେରୋ
ମର୍ସିଡିଜ୍‌ ମେବ୍ୟାକ୍‌ ଏକ୍ସଲେରୋ ହେଉଛି ଏକ ଅତ୍ୟାଧୁନିକ କାର। ଗାଡ଼ି ଉଭୟ ଆରାମଦାୟ ଏବଂ ଉଚ୍ଚ ପ୍ରଦର୍ଶନକାରୀ। ଏହି କାରର ଦାମ ପ୍ରାୟ ୫୪ କୋଟି ୯୧ ଲକ୍ଷ ଟଙ୍କା।