ଜେଏସ୍‌ପିଏଲ୍‌ ଫାଉଣ୍ଡେସନ୍‌କୁ ସିଏସ୍‌ଆର୍‌ ଉତ୍କର୍ଷ ସମ୍ମାନ

ଭୁବନେଶ୍ୱର୫: ଜିନ୍ଦଲ ଷ୍ଟିଲ ଆଣ୍ଡ୍‌ ପାୱାର ଲିମିଟେଡ୍‌ (ଜେଏସ୍‌ପିଏଲ୍‌)ର ସିଏସ୍‌ଆର୍‌ ଶାଖା ଜେଏସ୍‌ପିଏଲ୍‌ ଫାଉଣ୍ଡେସନ୍‌କୁ ୨୦୧୮ ପାଇଁ ସିଏସ୍‌ଆର୍‌ ଉତ୍କର୍ଷ ସମ୍ମାନ ନୂଆଦିଲ୍ଲୀଠାରେ ପ୍ରଦାନ କରାଯାଇଛିା ଓପି ଜିନ୍ଦଲ କମ୍ୟୁନିଟି କଲେଜ ମାଧ୍ୟମରେ ଓଡିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ରେ କୌଶଳ ବିକାଶ କାର୍ଯ୍ୟକ୍ରମ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇଛି। ଜେଏସ୍‌ପିଏଲ୍‌ ଫାଉଣ୍ଡେସନ୍‌ର ସଷ୍ଟେନେବିଲିଟି ଅଫିସର ସାହିଲ ଗୋଏଲ କେନ୍ଦ୍ର ଉତ୍ପାଦ ଶୁଳ୍କ ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ମହେନ୍ଦ୍ର ରାଙ୍ଗାଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଜେଏସ୍‌ପିଏଲ୍‌ ଫାଉଣ୍ଡେସନର ସହ-ଅଧ୍ୟକ୍ଷା ସାଲୁ ଜିନ୍ଦଲ ଏବଂ ଜେଏସପିଏଲର କାର୍ଯ୍ୟକାରୀ ଉପସଭାପତି ତଥା ଗ୍ରୁପ୍‌ ସିଏସଆର ମୁଖ୍ୟ ପ୍ରଶାନ୍ତ କୁମାର ହୋତା ଏହି ପରିପ୍ରେକ୍ଷୀରେ ଓପି ଜିନ୍ଦଲ କମ୍ୟୁନିଟି କଲେଜ ଏବଂ ସିଏସଆର ଟିମକୁ ଅଭିନନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର