କର୍ଲନ୍‌ ମାଟ୍ରେସ୍‌କୁ ୟୁଏଲ୍‌ ଗ୍ରିନ୍‌ଗାର୍ଡ ସାର୍ଟିଫିକେସନ୍‌

ବେଙ୍ଗାଲୁରୁ: କର୍ଲନ୍‌ ମାଟ୍ରେସ୍‌କୁ ୟୁଏଲ୍‌ ଏନଭାର୍ଣ୍ଣମେଣ୍ଟ୍‌ର ଗ୍ରୀନ୍‌ ଗାର୍ଡସାର୍ଟିଫିକେସନ୍‌ ମିଳିଛି। ଏଭଳି ମାନ୍ୟତା ହାସଲ କରିବାରେ ଏହା ହେଉଛି ଭାରତର ଏକମାତ୍ର ମାଟ୍ରେସ୍‌ କଂପାନି। କମ୍‌ ରାସାୟନିକ ନିର୍ଗମନ କରୁଥିବା ଉପକରଣକୁ ନେଇ ବ୍ୟବହାର କରାଯାଇଥିବା ଇଣ୍ଟେରିୟର୍‌ ସାମଗ୍ରୀ ପାଇଁ ଏହି ମାନ୍ୟତା ପ୍ରଦାନ କରାଯାଇଥାଏ। ଏହା ଦ୍ୱାରା ଘର ଭିତରେ ବାୟୁର ମାନ ଭଲ ରହିଥାଏ। ଘର ଭିତରେ ଲୋକମାନେ ବ୍ୟବହାର କରୁଥିବା ସାଜସଜ୍ଜା, ଆସବାବପତ୍ର ଓ ଘର କରଣା ସାମଗ୍ରୀରେ ବିପୁଳ ପରିମାଣର ରାସାୟନିକ ସାମଗ୍ରୀ ବ୍ୟବହାର ହୋଇଥାଏ। ଫଳରେ ସେଥିରୁ ନିର୍ଗମନ ହେଉଥିବା ବାଷ୍ପ ଦ୍ୱାରା ଘର ଭିତରର ବାୟୁ ଦୂଷିତ ହୋଇଥାଏ। ଗ୍ରିନ୍‌ଗାର୍ଡ ସାର୍ଟିଫିକେସନ୍‌ ସେହି ସାମଗ୍ରୀଗୁଡ଼ିକୁ ପ୍ରଦାନ କରାଯାଏ ଯାହା ଘର ଭିତରର ବାୟୁର ମାନ ବଜାୟ ରଖେ। ଆମେ ୟୁଏଲ୍‌ର ଗ୍ରିନ୍‌ଗାର୍ଡ ସାର୍ଟିଫିକେସନ୍‌ ପାଇଥିବାରୁ ବହୁତ ଖୁସି ବୋଲି କର୍ଲନ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ସୁଧାକର ପାଇ କହିଛନ୍ତି। କଂପାନିର ଭିପି (ମାନୁଫାକ୍‌ଚରିଂ) ଏମ୍‌ ଏସ୍‌ କାମାଥ୍‌ ମଧ୍ୟ ଏହି ମାନ୍ୟତାକୁ ନେଇ ଖୁସି ଜାହିର କରିଛନ୍ତି।

ସମ୍ବନ୍ଧିତ ଖବର