ଆଇଆଇଏ ନାଟକନ୍‌ରେ ଡାଲମିଆ ସିମେଣ୍ଟ୍‌ କିଓସ୍କ

ଭୁବନେଶ୍ୱର: ନିକଟରେ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଆଇଆଇଏ ନାଟକନ୍‌ ୨୦୧୭ରେ ଡାଲମିଆ ସିମେଣ୍ଟ୍‌ ଏହାର କିଓସ୍କ ସ୍ଥାପନ କରିଥିଲା। ସେଠାରେ ବିଭିନ୍ନ ଧରଣର ସିମେଣ୍ଟ୍‌ ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା। ଯେଉଁମାନେ ଘର ନିର୍ମାଣ କରୁଛନ୍ତି କିମ୍ବା ଭବିଷ୍ୟତରେ ଘର କରିବାକୁ ଯୋଜନା ରଖିଛନ୍ତି ସେମାନଙ୍କୁ ନିର୍ମାଣର ବିଭିନ୍ନ ସ୍ତରରେ ବ୍ୟବହାର ହେଉଥିବା ସିମେଣ୍ଟ୍‌ ବିଷୟରେ ସୂଚନା ପ୍ରଦାନ କରାଯାଇଥିଲା। ଡାଲମିଆ ସିମେଣ୍ଟ୍‌ ହେଊଛି ହେଉଛି ନାଟକନ୍‌ର ପ୍ରମୁଖ ପ୍ରାୟୋଜକ। ଆମେ ଏହି କାର୍ଯ୍ୟକ୍ରମର ଏକ ଅଂଶ ହୋଇ ବହୁତ ଖୁସି ବୋଲି କଂପାନିର ମାର୍କେଟିଂ ମୁଖ୍ୟ ଅନିର୍ବାନ ପଲ୍‌ ଚୌଧୁରୀ କହିଛନ୍ତି। ଡାଲମିଆ ସିମେଣ୍ଟ୍‌କୁ ଆଇଆଇଏ ଓଡ଼ିଶା ଚାପ୍ଟରର ଅଧ୍ୟକ୍ଷ ସାଗର ମହାପାତ୍ର ଧନ୍ୟବାଦ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର