ଡାଲ୍‌ମିଆ ନିବେଶ କରିବ ୨୫୦୦ କୋଟି

ଭୁବନେଶ୍ବର: ଡାଲମିଆ ସିମେଣ୍ଟ୍‌ ଭାରତ ଲିମିଟେଡ୍‌ ଓଡ଼ିଶାରେ ୨୫୦୦ କୋଟି ଟଙ୍କା ନିବେଶ କରିବାର ‌ପରିକଳ୍ପନା ପ୍ରସ୍ତୁତ କରିଛି। ରାଜଗାଙ୍ଗପୁର ଠାରେ କଂପାନି ଏକ ନୂତନ ସିମେଣ୍ଟ୍‌ ଓ କ୍ଲିଙ୍କର୍‌ କାରଖାନା ସ୍ଥାପନ କରିବ ବୋଲି ପୂର୍ବରୁ ଘୋଷଣା କରିଥିଲା। ଏହା ବ୍ୟତୀତ କଟକ ପାଖରେ ଥିବା କାରଖାନାରେ ମଧ୍ୟ ଏହା‌ ନିବେଶ କରିବାକୁ ଯୋଜନା ରଖିଛି। ମେକ୍‌ ଇନ୍ ଓଡ଼ିଶାର ଦ୍ବିତୀୟ ସଂସ୍କରଣରେ ଯୋଗ ଦେଇଥିବା ଡାଲମିଆ ଭାରତ ଗ୍ରୁପ୍‌ର ପରିଚାଳନା ନିର୍ଦେଶକ ପୁନିତ ଡାଲମିଆ ଓ କଂପାନିର ଗ୍ରୁପ୍‌ ସିଇଓ ମହେନ୍ଦ୍ର ସିଂଘି କଂପାନିର ନୂତନ ‌ଯୋଜନା ଓ ରଣନୀତି ବିଷୟରେ ଆଲୋଚନା କରିଥିଲେ। କଂପାନି ପକ୍ଷରୁ ସ୍ଥାପନ କରାଯାଉଥିବା ଡାଲ୍‌ମିଆ ଡିଏସ୍‌ପି କାରଖାନାରେ ୨୦୦୦ କୋଟି ଟଙ୍କା ନିବେଶ ହେବ। ଏହା ୨୦୧୯ ଶେଷ ଭାଗ ଆଡ଼କୁ କାର୍ଯ୍ୟକ୍ଷମ ହେବ। କଂପାନିର ପୁଞ୍ଜିନିବେଶ ଦ୍ବାରା ରାଜ୍ୟରେ ନୂଆ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କଂପାନି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର