ନୂଆଦିଲ୍ଲୀ,: ଭାରତ-ଜାପାନ ବାର୍ଷିକ ସମ୍ମିଳନୀର ତ୍ରୟୋଦଶ ସଂସ୍କରଣରେ ଯୋଗଦେବାକୁ ଜାପାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ ଭାରତରେ ଗୋଟିଏ ଛୋଟ ମୃଦୁପାନୀୟ ବୋତଲ ଠାରୁ ବି ୧ ଜିବି ଡାଟା ଶସ୍ତା। ଏହି ଡାଟା ସେବା ପ୍ରଦାନର ମାଧ୍ୟମ ପାଲଟିଛି। ଗ୍ରାମ ଗୁଡ଼ିକରେ ବ୍ରଡବ୍ୟାଣ୍ଡ ସୁବିଧାକୁ ପହଞ୍ଚା ଯାଇଛି। ଭାରତରେ ଏବେ ୧୦୦ କୋଟିରୁ ଊର୍ଦ୍ଧ୍ବ ସକ୍ରିୟ ମୋବାଇଲ ଫୋନ୍ ଗ୍ରାହକ ରହିଛନ୍ତି। ଭାରତରେ ଦୂରସଞ୍ଚାର ଓ ଇଣ୍ଟରନେଟ କ୍ଷେତ୍ରରେ ଘଟୁଥିବା ଅଗ୍ରଗତିର ଢେର ପ୍ରଶଂସା ମୋଦୀ କରିଛନ୍ତି।
ମୃଦୁ ପାନୀୟଠାରୁ ଡାଟା ଶସ୍ତା: ମୋଦୀ
/sambad/media/post_attachments/wp-content/uploads/2018/10/india-economy-transport_0f0cd0dc-c1fe-11e8-b1a0-a49c7cb48219.jpg)