ଦିଲ୍ଲୀ ବିମାନବନ୍ଦରରେ ଲାଗିବ ମହିଳାଙ୍କ ଅନ୍ତବସ୍ତ୍ରର ଭେଣ୍ଡିଙ୍ଗ ମେସିନ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ଖୁବ୍‌ ଶୀଘ୍ର ମହିଳାଙ୍କ ପାଇଁ ଅନ୍ତବସ୍ତ୍ରର ଭେଣ୍ଡିଂ ମେସିନ୍‌ ସ୍ଥାପନ କରାଯିବ। ମହିଳାମାନେ ୨୦୧୮ ଫେବ୍ରୁଆରିରୁ ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଭେଣ୍ଡିଙ୍ଗ ମେସିନ୍‌ ଜରିଆରେ ଅନ୍ତବସ୍ତ୍ର କିଣି ପାରିବେ। ବିମାନବନ୍ଦରରେ ମହିଳାଙ୍କ ପାଇଁ ଅନ୍ତବସ୍ତ୍ରର ଭେଣ୍ଡିଙ୍ଗ ମେସିନ୍‌କୁ େଓ୍ଵଲସ୍‌ପନ୍‌ ଗ୍ରୁପ୍‌ର ରାଧିକା ଗୋୟେଙ୍କା ସ୍ଥାପନ କରିବେ।

ରାଧିକା ଗୋୟେଙ୍କାଙ୍କ ଏହି ପଦକ୍ଷେପ ଖୁବ୍‌ ସ୍ୱତନ୍ତ୍ର। କାରଣ ସମସ୍ତଙ୍କ ସମ୍ମୁଖରେ ମହିଳାମାନେ ଅନ୍ତବସ୍ତ୍ର କିଣିବା ପାଇଁ ସଙ୍କୋଚ କରିଥାଆନ୍ତି। ଏମିତି କି କେତେକ ମହିଳା ସପ୍‌କୁ ଅନ୍ତବସ୍ତ୍ର କିଣିବାକୁ ଯାଇଥାଆନ୍ତି, କିନ୍ତୁ ସେଠାରେ ବହୁ ଲୋକଥିବାରୁ ସେମାନେ ମାଗି ନପାରି ଫେରି ଆସିଥାଆନ୍ତି। େଓ୍ଵଲସପନ୍‌ ଗ୍ରୁପ୍‌ର ରାଧିକା ଗୋୟେଙ୍କା ଦିଲ୍ଲୀ ପୂର୍ବରୁ ପ୍ରଥମେ ମୁମ୍ବାଇରେ ନିଜର ଅନ୍ତବସ୍ତ୍ର ସପ୍‌ ଖୋଲିଥିଲେ। ଏହି ଭେଣ୍ଡିଙ୍ଗ ମେସିନ୍‌ରୁ ‘ବି ସାଇନ୍‌’ର ବ୍ଲାକ୍‌ କଲର ସମସ୍ତ ଅନ୍ତବସ୍ତ୍ର ମହିଳା କିଣି ପାରିବାର ସୁବିଧା ରହିଛି।

ରାଧିକାଙ୍କ ମୁତାବକ ମହିଳାଙ୍କ ଅନ୍ତ୍ରବସ୍ତ୍ରର ଉପରେ ଥିବା ଧାରଣାକୁ ପରିବର୍ତ୍ତନ କରିବା ପାଇଁ ଏହାକୁ ସେ ସ୍ଥାପନ କରିଛନ୍ତି। ରାଧିକା ଗୋୟେଙ୍କା ଟେକ୍ସଟାଇଲ୍‌ ଓ ଷ୍ଟିଲରେ ବ୍ୟବସାୟ କରୁଥିବା େଓ୍ଵଲସ୍‌ପନ୍‌ ଗ୍ରୁପ୍‌ ମାଲିକ ବାଲକୃଷ୍ଣ ଗୋୟେଙ୍କାଙ୍କ ଝିଅ। ବି.କେ.ଗୋୟେଙ୍କା୨.୪ ବିଲିୟନ ଡଲାର େଓ୍ଵଲସ୍‌ପନ୍‌ ଗ୍ରୁପ୍‌ର ମାଲିକ ଅଟନ୍ତିି।

ସମ୍ବନ୍ଧିତ ଖବର