ଡେଲିଭରି ବୟଙ୍କ ଦରମା ୫୦ ହଜାର ଟଙ୍କା

ନୂଆଦିଲ୍ଲୀ: ଦେଶରେ ଇ-କମର୍ସ କମ୍ପାନିଙ୍କ ମଧ୍ୟରେ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳୁଛି। ବିଶେଷକରି ଘରେ ଘରେ ଖାଦ୍ୟ ପହଞ୍ଚାଯାଉଥିବା କମ୍ପାନି ସ୍ୱିଗି ଏବଂ ଜୋମାଟୋ ଭଳି କମ୍ପାନିରେ କାର୍ଯ୍ୟ କରୁଥିବା କର୍ମଚାରୀ ବା ଡେଲିଭରି ବୟଙ୍କ ପାଇଁ ଏହା ଖୁସି ଖବର ଆଣିଛି। ସେମାନଙ୍କ ରୋଜଗାର ବହୁ ପରିମାଣରେ ବଢ଼ିଯାଇଛି। ମାସକୁ ସେମାନେ ୨୫ ହଜାରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିବାକୁ ସମର୍ଥ ହେଉଛନ୍ତି। ତେବେ ଦିନକୁ କେତେ ଦୂର ସେମାନେ ଖାଦ୍ୟ ସାମଗ୍ରୀ ନେଇ ଯାଉଛନ୍ତି ଏବଂ କେତେ ଥର ଖାଦ୍ୟ ଗ୍ରାହକଙ୍କ ନିକଟରେ ପହଞ୍ଚାଉଛନ୍ତି ତାହା ଉପରେ ସେମାନଙ୍କ ବାସ୍ତବ ରୋଜଗାର ନିର୍ଭର କରୁଛି। ଏଭଳି କମ୍ପାନିରେ କାଗଜପତ୍ର କାମ କରୁଥିବା କର୍ମଚାରୀଙ୍କ ବେତନ ୨୫ରୁ ୩୦ ପ୍ରତିଶତ ଗତ ବର୍ଷକ ମଧ୍ୟରେ ବଢ଼ିଥିବାବେଳେ ଡେଲିଭରି ବୟଙ୍କ ବେତନରେ ମାତ୍ରାଧିକ ବୃଦ୍ଧି ହୋଇଛି।

ସମ୍ବନ୍ଧିତ ଖବର