ବଜାରରେ ଡେଲ୍‌ର ଅଲଟ୍ରାସ୍ଲିମ୍‌ ନୋଟବୁକ୍‌

ନୂଆଦିଲ୍ଲୀ : ଡେଲ୍‌ ପକ୍ଷରୁ ଭାରତରେ ଇନ୍‌ସ୍ପିରନ୍‌ ରେଞ୍ଜର ଅଲଟ୍ରାସ୍ଲିମ ନୋଟବୁକ ଲଞ୍ଚ୍‌ କରାଯାଇଛି । ଏଗୁଡ଼ିକ ହେଉଛି ଇନ୍‌ସ୍ପିରନ୍‌-୧୩ ୭୦୦୦ ଟୁ ଇନ୍‌ ୱାନ୍‌(୭୩୭୩), ଇନ୍‌ସ୍ପିରନ୍‌-୧୫ ୭୦୦୦(୭୫୭୦) ଏବଂ ଇନ୍‌ସ୍ପିରନ୍‌ ୧୩ ୫୦୦୦(୫୩୭୦) । ଏସବୁ ଇନସ୍ପିରନ୍‌ ନୋଟବୁକଗୁଡ଼ିକ ପତଳା ଏବଂ ହାଲକା ଯାହାକି ଭଲ ପରଫର୍ମାନ୍ସ ଦେଇଥାଏ ।

ନୂତନ ଇନ୍‌ସ୍ପିରନ୍‌ ପତଳା ଓ ହାଲୁକା ନୋଟ୍‌ବୁକ୍‌ରେ ଚମତ୍କାର ଡିସ୍‌ପ୍ଲେ ରହିଛି ଯାହା ଏକ ଉତ୍ତମ ଭିଜୁଆଲ୍‌ ଅନୁଭୂତି ସହ ବ୍ୟବହାରକାରୀଙ୍କୁ ଉଚ୍ଚମାନର ପରଫର୍ମାନ ଦେବା ସହ ଅତ୍ୟାଧୁନିକ ପ୍ରୋସେସର୍‌ ଓ ଗ୍ରାଫିକ୍ସ ପ୍ରଦାନ କରିବ । ଏଥିରେ ଅଷ୍ଟମ ଜେନରେସନ୍‌ର ଇଣ୍ଟେଲ୍‌ କୋର୍‌ ପ୍ରୋସେସର୍‌ ରହିଛି। ଡେଲ୍‌ ଇନ୍‌ସ୍ପିରନ୍‌ ୧୩୭୦୦ ଟୁ ଇନ୍‌ ୱାନ୍‌(୭୩୭୩)ର କୋର୍‌ ଆଇ୫ ପ୍ରୋସେସର୍‌ଯୁକ୍ତ ଲାପ୍‌ଟପ୍‌ର ମୂଲ୍ୟ ୭୬,୨୯୦ ଟଙ୍କା ଏବଂ କୋର୍‌ ଆଇ୭ ପ୍ରୋସେସର୍‌ଯୁକ୍ତ ଲାପ୍‌ଟପ୍‌ର ମୂଲ୍ୟ ୯୬,୧୯୦ ଟଙ୍କା ରହିଛି । ଡେଲ୍‌ ଇନ୍‌ସ୍ପିରନ୍‌ ୧୫ ୭୦୦୦ ୭୫୭୫ର କୋର୍‌ ଆଇ୫ ପ୍ରୋସେସର୍‌ଯୁକ୍ତ ଲାପ୍‌ଟପ୍‌ର ମୂଲ୍ୟ ୭୭,୧୯୦ ଟଙ୍କା ଓ କୋର୍‌ ଆଇ୭ ପ୍ରୋସେସର୍‌ଯୁକ୍ତ ଲାପ୍‌ଟପ୍‌ର ମୂଲ୍ୟ ୮୮,୬୯୦ ଟଙ୍କା ରହିଛି। ଡେଲ୍‌ ଇନ୍‌ସ୍ପିରନ୍‌ ୧୩ ୫୩୭୦ ର କୋର୍‌ ଆଇ୫ ପ୍ରୋସେସର୍‌ଯୁକ୍ତ ଲାପ୍‌ଟପ୍‌ର ମୂଲ୍ୟ ୬୦୬୯୦ ଟଙ୍କା ଓ କୋର୍‌ ଆଇ୭ ପ୍ରୋସେସର୍‌ଯୁକ୍ତ ଲାପ୍‌ଟପ୍‌ର ମୂଲ୍ୟ ୭୫୭୯୦ ଟଙ୍କା ରହିଛି ।

ଡ଼େଲର ଇନ୍‌ସ୍ପିରନ୍‌ ରେଞ୍ଜ୍‌ରେ ଦୀର୍ଘସ୍ଥାୟୀ ଓ ଶକ୍ତ ଆଲୁମିନିୟମ ବଡି ରହିଛି । ନୂତନ ଇନ୍‌ସ୍ପିରନ୍‌ ପରିବାରର ସମସ୍ତ ଅଂଶ ଅତ୍ୟନ୍ତ ଆକର୍ଷଣୀୟ ଓ ହାଲୁକା ଡିଜାଇନ୍‌ଯୁକ୍ତ ବୋଲି କହିଛନ୍ତି ଇଣ୍ଡିଆର ଗ୍ରାହକ ତଥା କ୍ଷୁଦ୍ର ବ୍ୟବସାୟର ପ୍ରଡକ୍ଟ ମାର୍କେଟିଂ ନିର୍ଦ୍ଦେଶକ, ଆଲିନ୍‌ ଜୋ ଜୋସ୍‌ କହିଛନ୍ତି ।

ସମ୍ବନ୍ଧିତ ଖବର