ବିମୁଦ୍ରୀକରଣର ଯୋଜନା ଭଲଭାବେ ପ୍ରସ୍ତୁତ ହୋଇନଥିଲା: କୋଟାକ୍‌

ନୂଆଦିଲ୍ଲୀ: ବିମୁଦ୍ରୀକରଣର ଦୁଇ ବର୍ଷ ପରେ ଏହା ବିରୋଧରେ ମୁହଁ ଖୋଲିଛନ୍ତି କୋଟାକ୍ ମହିନ୍ଦ୍ରାର ଏମ୍‌ଡି ଉଦୟ କୋଟାକ୍। ସେ କହିଛନ୍ତି ଯେ, ବିମୁଦ୍ରୀକରଣର ଯୋଜନା ଭଲ ଭାବେ ପ୍ରସ୍ତୁତ ହୋଇନଥିଲା। ଯଦି ୨୦୦୦ ଟଙ୍କିଆ ନୋଟ୍‌ ଆଣିବା ଭଳି କେତେକ ଛୋଟିଆ ନିଷ୍ପତ୍ତିକୁ ଏଡ଼ାଇ ଦିଆଯାଇଥାନ୍ତା ତେବେ ବିମୁଦ୍ରୀକରଣ ବହୁତ ଭଲ ହୋଇପାରିଥାନ୍ତା। ଭଲ ଭାବେ ଯୋଜନା ପ୍ରସ୍ତୁତ ହୋଇଥିଲେ ଏହାର ଫଳାଫଳ ଭିନ୍ନ ହୋଇଥାନ୍ତା ବୋଲି ସେ କହିଛନ୍ତି। ବିମୁଦ୍ରୀକରଣ ପରେ କ୍ଷୁଦ୍ର ବ୍ୟବସାୟୀମାନେ ଅନେକ ସମସ୍ୟା ସାମ୍ନା କରୁଛନ୍ତି। ଏବେବି ସେମାନଙ୍କ ଯନ୍ତ୍ରଣା ଦୂର ହୋଇନାହିଁ। କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ସରକାର ଯେଉଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ତାହାକୁ କୋଟାକ୍ ସ୍ବାଗତ କରିଛନ୍ତି। ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣିଅନ୍‌ଙ୍କ ପୁସ୍ତକ ଉନ୍ମୋଚନ ପାଇଁ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ସେ ଏହା କହିଛନ୍ତି। କିନ୍ତୁ ଏହା ମଧ୍ୟ କହିଛନ୍ତି ଯେ, ଆର୍ଥିକ ସେବା କ୍ଷେତ୍ର ପାଇଁ ବିମୁଦ୍ରୀକରଣ ବରଦାନ ପାଲଟିଛି।

ସମ୍ବନ୍ଧିତ ଖବର