ବିମୁଦ୍ରାୟନ ପରେ ମାଲାମାଲ ହେଲା ଜନଧନ ଆକାଉଣ୍ଟ, ଜମା ରାଶି ୮୦ହଜାର କୋଟି ଟପିଲା

ନୂଆଦିଲ୍ଲୀ: ଦେଶରେ ଲୋକମାନଙ୍କୁ ବ୍ୟାଙ୍କିଂ ସୁବିଧାରେ ଯୋଡ଼ି ରଖିବା ପାଇଁ ଜିରୋ ବାଲାନ୍ସରେ ଖୋଲାଯାଇଥିବା ଜନଧନ ଯୋଜନାରେ ବ୍ୟାଙ୍କ ଆକାଉଣ୍ଟ ଏକ ନୂତନ ରେକର୍ଡ କରିଛି। ଅର୍ଥମନ୍ତ୍ରାଳୟ ତରଫରୁ ନିକଟରେ ଜାରି କରାଯାଇଥିବା ରେକର୍ଡ ଅନୁସାରେ, ଦେଶରେ ଜନଧନ ଖାତାରେ ୮୦ହଜାର କୋଟି ଟଙ୍କା ଜମା ହୋଇଛି।

ଅର୍ଥମନ୍ତ୍ରାଳୟ ଅନୁସାରେ, ୨୦୧୮ ପର୍ଯ୍ୟନ୍ତ ଜନଧନ ଆକାଉଣ୍ଟରେ ପାଖାପାଖି ୮୦, ୫୪୫,୭୦ କୋଟି ଟଙ୍କା ଜମା ହୋଇଛି। ସମଗ୍ର ଦେଶରେ ୩୧କୋଟି ଜନଧନ ଆକଉଣ୍ଟ ରହିଛି। ଯେଉଁଥିରେ ୨୪.୬୪ କୋଟି ଆକାଉଣ୍ଟ ଖାତା ଚାଲୁ ରହିଛି। ଏହି ଖାତାରେ ଜମାକାରି ୨୪ମାସ ପର୍ଯ୍ୟନ୍ତ ନେଣଦେଣ କରିଛନ୍ତି। ଜନଧନ ଆକାଉଣ୍ଟର ବ୍ୟବହାର ବେନିଫିଟ ଟ୍ରାନ୍ସଫର ପାଇଁ କରାଯାଇଥାଏ। ଏଥିରେ ଜମାକାରୀଙ୍କୁ ଦୁର୍ଘଟଣା ଓ ଲାଇଫ ଇନ୍‌ସୁରାନ୍ସର ସୁବିଧା ବି ମିଳିଥାଏ।

ସୂଚନାଯୋଗ୍ୟ, ୨୦୧୮ ଏପ୍ରିଲ ୧୮ ତାରିଖ ପର୍ଯ୍ୟନ୍ତ ୩୧.୪୫ କୋଟି ଜନଧନ ଆକାଉଣ୍ଟ ଥିଲା। ୨୦୧୭ ପ୍ରାରମ୍ଭରେ ଜନଧତ ଖାତା ସଂଖ୍ୟା ୨୬.୭ କୋଟି ଥିଲା। ଏହାପୂର୍ବରୁ ଅର୍ଥାତ୍‌ ୨୦୧୬ ନଭେମ୍ବର ୯ ପର୍ଯ୍ୟନ୍ତ ୨୫.୫୧କୋଟି ଜନଧନ ଖାତା ଖୋଲା ଯାଇଥିଲା। ୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରାୟନ ଘୋଷଣା କରି ପୁରଣା ୧୦୦୦ଟଙ୍କିଆ ଓ ୫୦୦ଟଙ୍କିଆ ନୋଟ ଅଚଳ ବୋଲି ଘୋଷଣା କରିଥିଲେ। ଏହାପରେ ଲୋକମାନେ ନିଜ ପାଖରେ ଥିବା ପୁରୁଣା ୧୦୦୦ ଓ ୫୦୦ଟଙ୍କିଆ ନୋଟକୁ ଜମାଖାତାରେ ଜମା କରିବା ପାଇଁ ବ୍ୟାଙ୍କରେ ଲମ୍ବା ଧାଡ଼ି ବାନ୍ଧି ଥିଲେ।

ସମ୍ବନ୍ଧିତ ଖବର