ଏହି କାରଣ ପାଇଁ ସ୍ପାଇସ୍‌ଜେଟ୍‌ର ଦୁଇ ପାଇଲଟ୍‌ଙ୍କ ଲାଇସେନ୍ସ ରଦ୍ଦ କଲା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ

ନୂଆଦିଲ୍ଲୀ : ସ୍ପାଇସ୍‌ଜେଟ୍‌ର ଦୁଇ ପାଇଲଟ୍‌ଙ୍କୁ ନିଲମ୍ବିତ କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ । ଦୁଇ ଜଣଙ୍କୁ ବର୍ଷକ ପାଇଁ ନିଲମ୍ବିତ କରାଯାଇଥିବା ଜଣା ପଡ଼ିଛି । ଜୁଲାଇ ୨, ୨୦୧୯ରେ ଦୁହେଁ କରିଥିବା ଭୁଲ ପାଇଁ ତାଙ୍କୁ ଏବେ ଦଣ୍ଡ ଦିଆଯାଇଛି ।

ସୂଚନା ମୁତାବକ, ଏସ୍‌ଜି-୬୨୪୮ ବିମାନକୁ ନେଇ କୋଏମ୍ବାଟୁରରୁ ମୁମ୍ବାଇକୁ ଉଡ଼ାଣ ଭରିଥିଲେ ଦୁଇ ପାଇଲଟ୍‌ । ମୁମ୍ବାଇରେ ବିମାନବନ୍ଦରରେ ବିମାନକୁ ଠିକ୍‌ ଭାବରେ ଅବତରଣ ନ କରାଇବାରୁ ବିମାନଟି ରନେଓ୍ଵ ବାହାରକୁ ଚାଲି ଯାଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ୧୫ଦିନ ମଧ୍ୟରେ ଜବାବ ଦେବାକୁ ଆଦେଶ ଦେଇଥିଲେ । ଏହା ସହ ଜବାବ ସନ୍ତୋଷଜନକ ନ ହେଲେ ଦୁହିଁଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ବୋଲି ମଧ୍ୟ ଜଣାଇଥିଲେ । କିନ୍ତୁ ପରେ ଦୁହେଁ ସନ୍ତୋଷଜନକ ଜବାବ ଦେବାକୁ ବିଫଳ ହେବାରୁ ଦୁହିଁଙ୍କୁ ନିଲମ୍ବିତ କରାଯାଇଛି ।

ସମ୍ବନ୍ଧିତ ଖବର