ଭୁବନେଶ୍ବର: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ କମିବା ଓ ଅନ୍ୟାନ୍ୟ କାରଣରୁ କିଛିଦିନ ଧରି ଲଗାତାର ପେଟ୍ରୋଲ ଏବଂ ଡିଜେଲ ଦର କମୁଥିଲା। କିନ୍ତୁ ଗତ ପ୍ରାୟ ୬ ଦିନ ହେଲା ପେଟ୍ରୋଲ ଦର ସ୍ଥିର ରହିଯାଇଛି। ଏଥିରେ କୌଣସି ପରିବର୍ତ୍ତନ ହେଉନାହିଁ। ଡିଜେଲ ଦର କମୁଥିବାବେଳେ ପେଟ୍ରୋଲ ଦର ହ୍ରାସ ନପାଇବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଚଳିତମାସ ୧୧ ତାରିଖରେ ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୭୦ ଟଙ୍କା ୮୮ ପଇସା ଥିବାବେଳେ ୧୬ ତାରିଖରେ ମଧ୍ୟ ଏହା ସେହି ସ୍ତରରେ ରହିଛି। କିନ୍ତୁ ଗତ ୫ ଦିନ ମଧ୍ୟରେ ଡିଜେଲ ଦର ଲିଟର ପିଛା ୧୯ ପଇସା କମିଛି। ଗତ ୧୧ ଓ ୧୨ ତାରିଖରେ ଡିଜେଲ ଦର ୬୯ ଟଙ୍କା ୪୭ ପଇସାରେ ସ୍ଥିର ଥିବାବେଳେ ୧୩ ତାରିଖରେ ଏହା ୬୯ ଟଙ୍କା ୪୧ ପଇସାକୁ ଏବଂ ୧୪ ତାରିଖରେ ୬୯ ଟଙ୍କା ୩୬ ପଇସାକୁ କମିଥିଲା। କିନ୍ତୁ ୧୫ ତାରିଖରେ ଏହା ଅପରିବର୍ତ୍ତିତ ରହିବା ପରେ ୧୬ ତାରିଖରେ ୬୯ ଟଙ୍କା ୨୮ ପଇସାକୁ କମିଛି। ଶନିବାର ତୁଳନାରେ ରବିବାର ଡିଜେଲ ଦର ଭୁବନେଶ୍ବରରେ ଲିଟର ପିଛା ୮ ପଇସା ହ୍ରାସ ପାଇଛି।
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମିବା ପରେ ମଧ୍ୟ ଡିଜେଲ କମୁଛି, ପେଟ୍ରୋଲ କମୁନି
/sambad/media/post_attachments/wp-content/uploads/2020/01/petrol-price.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)