ଡିଜିଟାଲ୍‌ ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ଇପିଏଫ୍‌ଓର ଆହ୍ଵାନ

https://sambad.in/?p=204325&preview=true

ଭୁବନେଶ୍ୱର,: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ପକ୍ଷରୁ ପେନ୍‌ସନ୍‌ ଉପଭୋକ୍ତାମାନଙ୍କୁ ଡିଜିଟାଲ୍‌ ଜୀବନ ପ୍ରମାଣପତ୍ର ହାସଲ କରିବାକୁ କୁହାଯାଇଛି। ସଦସ୍ୟମାନେ ନିଜ ବ୍ୟାଙ୍କ ଶାଖାକୁ ଯାଇ ବାୟୋମେଟ୍ରିକ୍‌ ମେସିନ୍‌ ମାଧ୍ୟମରେ ଡିଜିଟାଲ୍‌ ଜୀବନ ପ୍ରମାଣପତ୍ର ହାସଲ କରିପାରିବେ। ସେମାନେ ନିକଟସ୍ଥ ଭବିଷ୍ୟନିଧି କାର୍ଯ୍ୟାଳୟ କିମ୍ବା କଟକ ଓ ବାଲେଶ୍ୱରଠାରେ ଥିବା ଭବିଷ୍ୟନିଧି ଜିଲ୍ଲା କାର୍ଯ୍ୟାଳୟକୁ ଯାଇ ନିଜର ଡିଜିଟାଲ୍‌ ଜୀବନ ପ୍ରମାଣପତ୍ର ପଞ୍ଜୀକୃତ କରିପାରିବେ ବୋଲି ଇପିଏଫ୍‌ଓ ପକ୍ଷରୁ କୁହାଯାଇଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଓ ବ୍ୟାଙ୍କଗୁଡ଼ିକ ମଧ୍ୟରେ ଜୀବନ ପ୍ରମାଣପତ୍ର ସଂଗ୍ରହ ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ପେନ୍‌ସନ୍‌ ବିତରଣ ଓ ଜୀବନ ପ୍ରମାଣପତ୍ର ସଂଗ୍ରହ କରିବା ପାଇଁ ବ୍ୟାଙ୍କଗୁଡ଼ିକୁ ଇପିଏଫ୍‌ଓ ପକ୍ଷରୁ ଦେୟ ପ୍ରଦାନ କରାଯାଇଥାଏ। ତେଣୁ ପୂର୍ବ ପ୍ରଚଳିତ ଜୀବିତ ପ୍ରମାଣପତ୍ର ବଦଳରେ ବାୟୋମେଟ୍ରିକ୍‌ ମେସିନ୍‌ ମାଧ୍ୟମରେ ଡିଜିଟାଲ୍‌ ଜୀବନ ପ୍ରମାଣପତ୍ର କରାଇ ନେବାକୁ ସଂଗଠନ ପକ୍ଷରୁ ସଦସ୍ୟମାନଙ୍କୁ କୁହାଯାଇଛି। ଇପିଏଫ୍‌ଓର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ବ୍ୟାଙ୍କଗୁଡ଼ିକୁ ଚିଠି ଲେଖି ଡିଜିଟାଲ୍‌ ପ୍ରମାଣପତ୍ର ସଂଗ୍ରହ କରିବାକୁ କୁହାଯାଇଛି। ଇପିଏଫ୍‌ଓ ଉମଙ୍ଗ୍‌ ଆପ୍‌ ଡାଉନ୍‌ଲୋଡ୍‌ କରି ମଧ୍ୟ ଡିଜିଟାଲ୍‌ ଜୀବନ ପ୍ରମାଣପତ୍ର କରାଯାଇପାରିବ।

ସମ୍ବନ୍ଧିତ ଖବର