ଡିଜିଟାଲ ଲକରରେ କିପରି ଖୋଲିବେ ଆକାଉଣ୍ଟ ଜାଣନ୍ତୁ

ଆପଣଙ୍କୁ ଆଉ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଦସ୍ତାବିଜକୁ ସାଥୀରେ ନେଇ ଯିବାକୁ ପଡ଼ିବ ନାହିଁ। ଏସବୁକୁ ଏଣିକି ଡିଜିଟାଲ ଲକରରେ ସାଇତି ରଖି ଆବଶ୍ୟକସ୍ଥଳେ ବ୍ୟବହାର କରିପାରିବେ। ତେବେ ଏହି ଡିଜିଟାଲ ଲକ ପାଇଁ କିପରି ଆକଉଣ୍ଟ ଖୋଲିବେ ଜାଣନ୍ତୁ।
ଏଥିପାଇଁ ଆପଣଙ୍କୁ ସରକାରୀ ୱେବସାଇଟ ଏଚଟିଟିପିଏସ ଡିଜିଟାଲ ଲକର ଡଟ ଗଭ୍‌ ଡଟ ଇନ ଲିଙ୍କରେ ଆକାଉଣ୍ଟ ଖୋଲିବାକୁ ପଡିବ । ଏଥିପାଇଁ ଆପଣଙ୍କ ଆଧାରକାର୍ଡ ଅନିବାର୍ଯ୍ୟ। ଏହାପରେ ଆପଣଙ୍କୁ ଭେରିଫିକେସନ ପାଇଁ ଦୁଇଟି ବିକଳ୍ପ ମଧ୍ୟରୁ ଗୋଟିଏ ବିକଳ୍ପ ବାଛିବାକୁ ପଡିବ।
ପ୍ରଥମତଃ ଓଟିପି କୋର୍ଡରେ କ୍ଲିକ କଲେ ଆପଣଙ୍କ ଆକାଉଣ୍ଟର ପାସୱାର୍ଡ ଆଧାରକାର୍ଡରେ ଦିଆଯାଇଥିବା ମୋବାଇଲ ନମ୍ବରରେ ଆସିଯିବ । ଏହି ପାସୱାର୍ଡକୁ ବ୍ୟବହାର କରି ଆକାଉଣ୍ଟକୁ ବ୍ୟବହାର କରି ପାରିବେ । ଦ୍ୱିତୀୟ ବିକଳ୍ପ ଭାବେ ଯଦି ଆପଣ ଫିଙ୍ଗରପ୍ରିଣ୍ଟ ବିକଳ୍ପ ବାଛୁଥାନ୍ତି ତେବେ ଏହି ଆପରେ ଏକ ପେଜ ଖୋଲିବ ଯେଉଁଠି ଆପଣଙ୍କୁ ଆପଣଙ୍କ ଆଙ୍ଗୁଠିର ଛାପ ଦେବାକୁ ପଡିବ । ଯଦି ଫିଙ୍ଗରପ୍ରିଣ୍ଟ ବୈଧ ଥାଏ, ତେବେ ଆପଣ ଏହି ଆକାଉଣ୍ଟ ପାଇଁ ୟୁଜର ନେମ ଓ ପାସୱାର୍ଡ ପାଇପାରିବେ ।
କାଗଜପତ୍ର ଅପଲୋଡ କରିବେ : ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୟୁଜର ନେମ ଓ ପାସୱାର୍ଡ ବ୍ୟତୀତ ବିଭିନ୍ନ ସୋସିଆଲ ମିଡିଆରେ ଥିବା ଆକାଉଣ୍ଟ ଯେପରିକି ଫେସବୁକ, ଟ୍‌ୱିଟର ଓ ଜିମେଲର ଆକାଉଣ୍ଟ ସହ ମଧ୍ୟ ଏହି ଆପକୁ ଲିଙ୍କ କରି ଖୋଲାଯାଇପାରିବ । ଏହି ଆପରେ ଆପଣ ବିଭିନ୍ନ ଜରୁରୀ କାଗଜପତ୍ର ଓ ସାର୍ଟିଫିକେଟ ଅପଲୋଡ ମାଇଁ ସାର୍ଟିଫିକେଟ ଅପ୍ସନ ଉପରେ କ୍ଲିକ୍‌ କରନ୍ତୁ । ଏହାପରେ ଅପଲୋଡ ଡକ୍ୟୁମେଣ୍ଟ ଲିଙ୍କ ଉପରେ କ୍ଲିକ୍‌ କରି ସାର୍ଟିଫିକେଟ ଅପଲୋଡ କରନ୍ତୁ । ଏହିଭଳି ଭାବେ ଆପଣ ସମସ୍ତ ପିଡିଏଫ, ଜେପିଜି, ପିଏନଜି, ଜେପିଇଜି, ଜିଆଇଏଫ ଓ ବିଏମପି ଫର୍ମାଟର ଫାଇଲ ଅପଲୋଡ କରି ପାରିବେ।
କିପରି କରିବେ ସେୟାର : ବିଭିନ୍ନ ସାର୍ଟିଫିକେଟ ଅପଲୋଡ କରିବା ପରେ  ସେୟାର ଅପ୍ସନ ଉପରେ କ୍ଲିକ୍‌ କଲେ ଏକ ଡାୟଲଗ ବକ୍ସ ଖୋଲିବ ।  ଯେଉଁ ବ୍ୟକ୍ତି ବା ସଂସ୍ଥାକୁ ଏହି କାଜଗପତ୍ର ସେୟାର କରିବାକୁ ଚାହୁଁଥିବେ ସେମାନଙ୍କ ଇମେଲ ଆଇଡି ଏହି ଡାଏଲଗ ବକ୍ସରେ ଲେଖି ସେୟାର କରିପାରିବେ ।
ସମ୍ବନ୍ଧିତ ଖବର