ପେଟ୍ରୋଲ୍‌ ପମ୍ପ୍‌ରେ ଡିଜିଟାଲ ପେମେଣ୍ଟ ରିହାତି କମିଲା

ନୂଆଦିଲ୍ଲୀ: ପେଟ୍ରୋଲ ପମ୍ପରେ ଗ୍ରାହକମାନଙ୍କୁ ଡିଜିଟାଲ ପେମେଣ୍ଟ ବେଳେ ପ୍ରଦାନ କରାଯାଉଥିବା ରିହାତିକୁ ସରକାର କମାଇ ଦେଇଛନ୍ତି। ବିମୁଦ୍ରାକରଣ ପରେ ଡିଜିଟାଲ ପେମେଣ୍ଟ୍‌କୁ ପ୍ରୋତ୍ସାହନ ଦେବା ଲାଗି ଏହା ଆରମ୍ଭ କରାଯାଇଥିଲା। କିନ୍ତୁ ଏହି ଯୋଜନାକୁ ୨୦ ମାସ ନପୁରୁଣୁ ଏହାକୁ ୦.୭୫%ରୁ ୦.୨୫%କୁ କମାଇ ଦିଆଯାଇଛି। କାର୍ଡରେ ପେଟ୍ରୋଲ ଏବଂ ଡିଜେଲ କିଣିଲେ ଗ୍ରାହକଙ୍କୁ ୦.୭୫% କ୍ୟାସବ୍ୟାକ୍‌ ପ୍ରୋତ୍ସାହନ ଭାବେ ୨୦୧୬ ଡିସେମ୍ବର ୧୩ ତାରିଖରୁ ପ୍ରଦାନ କରାଯାଇ ଆସୁଥିଲା। ଅଗଷ୍ଟ ପହିଲାରୁ ଏହି ନୂଆ ନିୟମ କାର୍ଯ୍ୟକାରୀ କରାଯାଇଛି। ଗ୍ରାହକମାନଙ୍କୁ ଏନେଇ ସୂଚନା ଦେବାକୁ କୁହାଯାଇଛି। ପୂର୍ବରୁ ୦.୭୫% ରିହାତି ହିସାବରେ ଜଣେ ଗ୍ରାହକଙ୍କୁ ୧ ଲିଟର ପେଟ୍ରୋଲରେ ପ୍ରାୟ ୫୭ ପଇସା ଏବଂ ୧ ଲିଟର ଡିଜେଲରେ ପ୍ରାୟ ୫୦ ପଇସା କ୍ୟାସ୍‌ବ୍ୟାକ୍‌ ମିଳୁଥିଲା। କିନ୍ତୁ ଏବେ ଏହି କ୍ୟାସବ୍ୟାକ୍‌ ଏବେ ଲିଟର ପିଛା ପେଟ୍ରୋଲରେ ପ୍ରାୟ ୧୯ ପଇସା ଏବଂ ଡିଜେଲରେ ପ୍ରାୟ ୧୭ ପଇସାକୁ ହ୍ରାସ ପାଇବ।

ସମ୍ବନ୍ଧିତ ଖବର