ଅଜୟ ବାହାଦୂର ସିଂହଙ୍କୁ ଡକ୍ଟରେଟ୍‌ ଉପାଧି

ଭୁବନେଶ୍ୱର: ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌ ଭୁବନେଶ୍ୱର, କଟକ, ନାଗପୁର ଏବଂ ଦିଲ୍ଲୀ ଶାଖାର ନିର୍ଦେଶକ ତଥା ଆଦ୍ୟାନ୍ତ ହାୟର ସେକେଣ୍ଡାରି ସ୍କୁଲର ପ୍ରତିଷ୍ଠାତା ଅଜୟ ବାହାଦୂର ସିଂହଙ୍କୁ ନ୍ୟାସନାଲ ଭର୍ଚୁଆଲ ପିସ୍‌ ଆଣ୍ଡ ଏଜୁକେସନ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‌ ଉପାଧି ପ୍ରଦାନ କରାଯାଇଛି। ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡିଆର୍‌ଡିଓର ଗ୍ରୁପ୍‌ ନିର୍ଦେଶକ ତଥା ବିଶିଷ୍ଟ ବୈଜ୍ଞାନିକ ଡ. ଏନ୍‌. ପ୍ରଭାକରନ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସିଂହଙ୍କୁ ଏହି ଉପାଧି ପ୍ରଦାନ କରିଥିଲେ। ଏହି ଉପାଧି ଗ୍ରହଣ କରିବା ପରେ ସେ କହିଛନ୍ତି, ଏହାର ଶ୍ରେୟ ସେ ସଂସ୍ଥାର ସମସ୍ତ ଶିକ୍ଷକ, ଛାତ୍ରଛାତ୍ରୀ, ପରିଚାଳନା ଦାୟିତ୍ୱରେ ଥିବା କର୍ମକର୍ତା ଏବଂ ତାଙ୍କ ସ୍ୱର୍ଗତଃ ପିତାଙ୍କୁ ଦେଇଛନ୍ତି। ଏହି ଉପାଧି ଗ୍ରହଣ ପରେ ସମାଜପ୍ରତି ତାଙ୍କର ଦାୟିତ୍ୱ ଆହୁରି ବଢ଼ିଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର