ଭୁବନେଶ୍ବର: ଏସ୍ପ୍ଲାନେଡ୍ ୱାନ୍ ମଲ୍ ତରଫରୁ ଦୀପାବଳି ଉତ୍ସବ ପାଳନ କରାଯାଉଛି। ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ନଭେମ୍ବର ୩ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଗ୍ରାହକମାନେ ୨୫୦୦ ଟଙ୍କା ମୂଲ୍ୟର ସାମଗ୍ରୀ କିଣି ଦୈନିକ ଓ ସାପ୍ତାହିକ ଉପହାର ପାଇବାର ସୁଯୋଗ ପାଇବେ। ଏହା ବ୍ୟତୀତ ସେମାନେ ବମ୍ପର ପୁରସ୍କାର ଏବଂ ବିଦେଶ ଯାତ୍ରାର ସୁଯୋଗ ପାଇପାରିବେ। ଏହି ଉତ୍ସବ ସମ୍ପର୍କରେ ଏସ୍ପ୍ଲାନେଡ୍ ୱାନ୍ ମଲ୍ର ସେଣ୍ଟର୍ ହେଡ୍ ପାର୍ଥ ନାୟକ କହିଛନ୍ତି, ମଲ୍ରେ ୧୦୦ରୁ ଅଧିକ ଜାତୀୟ ଓ ଆନ୍ତର୍ଜାତିକ ବ୍ରାଣ୍ଡ୍ର ସାମଗ୍ରୀ ରହିଛି। ଏହି ଉତ୍ସବ ସମୟରେ ୨୫୦୦ ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ କିଣାକିଣି ଉପରେ ଉପହାରର ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ଇନ୍ଷ୍ଟାଗ୍ରାମ୍ରେ ବିଭିନ୍ନ ପ୍ରତିଯୋଗିତା ଜରିଆରେ ପୁରସ୍କାର ଜିତିବା ସୁଯୋଗ ପ୍ରଦାନ କରାଯିବ।
ଏସ୍ପ୍ଲାନେଡ୍ ୱାନ୍ରେ ଦୀପାବଳି ଉତ୍ସବ
/sambad/media/post_attachments/wp-content/uploads/2019/10/fg5fg4f987g14fg1465fg14f654ghf54hf65dh4fdh415h165dfh4df4h1fd65h41.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)