ଏସ୍‌ପ୍ଲାନେଡ୍ ୱାନ୍‌ରେ ଦୀପାବଳି ଉତ୍ସବ

ଭୁବନେଶ୍ବର: ଏସ୍‌ପ୍ଲାନେଡ୍‌ ୱାନ୍ ମଲ୍ ତରଫରୁ ଦୀପାବଳି ଉତ୍ସବ ପାଳନ କରାଯାଉଛି। ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ନଭେମ୍ବର ୩ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଗ୍ରାହକମାନେ ୨୫୦୦ ଟଙ୍କା ମୂଲ୍ୟର ସାମଗ୍ରୀ କିଣି ଦୈନିକ ଓ ସାପ୍ତାହିକ ଉପହାର ପାଇବାର ସୁଯୋଗ ପାଇବେ। ଏହା ବ୍ୟତୀତ ସେମାନେ ବମ୍ପର ପୁରସ୍କାର ଏବଂ ବିଦେଶ ଯାତ୍ରାର ସୁଯୋଗ ପାଇପାରିବେ। ଏହି ଉତ୍ସବ ସମ୍ପର୍କରେ ଏସ୍‌ପ୍ଲାନେଡ୍‌ ୱାନ୍‌ ମଲ୍‌ର ସେଣ୍ଟର୍‌ ହେଡ୍‌ ପାର୍ଥ ନାୟକ କହିଛନ୍ତି, ମଲ୍‌ରେ ୧୦୦ରୁ ଅଧିକ ଜାତୀୟ ଓ ଆନ୍ତର୍ଜାତିକ ବ୍ରାଣ୍ଡ୍‌ର ସାମଗ୍ରୀ ରହିଛି। ଏହି ଉତ୍ସବ ସମୟରେ ୨୫୦୦ ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ କିଣାକିଣି ଉପରେ ଉପହାରର ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ଇନ୍‌ଷ୍ଟାଗ୍ରାମ୍‌ରେ ବିଭିନ୍ନ ପ୍ରତିଯୋଗିତା ଜରିଆରେ ପୁରସ୍କାର ଜିତିବା ସୁଯୋଗ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର