ତନିସ୍କରେ ଦୀପାବଳି ଅଫର୍‌

ଭୁବନୋବର: ସଞ୍ଜୟ ଲୀଳ ଭନ୍‌ସାଲିଙ୍କ ନିର୍ଦ୍ଦେଶିତ ପଦ୍ମାବତୀ ଚଳଚିତ୍ର ପାଇଁ ତନିସ୍କ ପକ୍ଷରୁ ପ୍ରସ୍ତୁତ ହୋଇଥିବା ସ୍ୱତନ୍ତ୍ର ଗହଣା ସମ୍ଭାରକୁ ଉନ୍ମୋଚନ କରାଯାଇଛି। ଏହି ଗହଣା ଗୁଡ଼ିକୁ ତନିସ୍କର ୨୦୦ କାରିଗତ ୬୦୦ ଦିନରୁ ଅଧିକ ସମୟ ଧରି ନିର୍ମାଣ କରିଛନ୍ତି। ଏଥିରେ ୫୦୦ କିଗ୍ରାରୁ ଅଧିକ ସୁନା ଉପଯୋଗ କରାଯାଇଛି। ପ୍ରାୟ ୧୫୦୦ ପ୍ରକାରର ଗହଣା ଏହାଦ୍ୱାରା ନିର୍ମାଣ ହୋଇଛି। ଏଥିସହିତ ଦୀପାବଳି ଉପଲକ୍ଷେ ତନିସ୍କ ପକ୍ଷରୁ ଓଡ଼ିଶାରେ ସ୍ୱତନ୍ତ୍ର ରିହାତି ଅଫର ଘୋଷଣା କରାଯାଇଛି। ଗ୍ରାହକମାନେ ତନିସ୍କର ଯେକୌଣସି ସୋରୁମ୍‌ରୁ ସୁନା ଗହଣାର ଗଢ଼ା ମଜୁରି ଉପରେ ୨୫ ପ୍ରତିଶତ ପର୍ଯ୍ୟନ୍ତି ରିହାତି ପାଇପାରିବେ। ଏଥିସହିତ ହୀରା ଗହଣା ଉପରେ ତନିସ୍କ ୨୫ ପ୍ରତିଶତ ରିହାତି ମଧ୍ୟ ପ୍ରଦାନ କରୁଛି। ଏହି ପରିପ୍ରେକ୍ଷୀରେ ଟାଇଟନ୍‌ କମ୍ପାନି ଲିମିଟେଡର ସିଇଓ, ଜୁଏଲାରି ଡିଭିଜନ୍‌, ସି. କେ. ଭେଙ୍କଟରମଣନ୍‌ କୁହନ୍ତି, ପଦ୍ମାବତୀ ସିନେମାରେ ଅଭିନୟ କରିଥିବା ଚରିତ୍ରମାନେ ପିନ୍ଧିଥିବା ଗହଣାର ଡିଜାଇନରେ ଉତ୍ସାହିତ ହୋଇ ତନିସ୍କ ଗ୍ରାହକଙ୍କ ପାଇଁ ଏହି ଡିଜାଇନର ଗହଣାଗୁଡ଼ିକୁ ପ୍ରସ୍ତୁତ କରିଛି। ସେପ୍ଟେମ୍ବର ୨୩ ତାରିଖରୁ ଏହି ଗହଣା ଗୁଡ଼ିକୁ ତନିସ୍କ ସୋରୁମ୍‌ରେ ଉପଲବ୍ଧ କରାଯାଇଛି। ଏଗୁଡ଼ିକର ମୂଲ୍ୟ ୭୫ ହଜାର ଟଙ୍କାରୁ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର