ଡଲାର ତୁଳନାରେ ଟଙ୍କା ଦୁର୍ବଳ

ମୁମ୍ବାଇ: ଆମେରିକୀୟ ଡଲାର ତୁଳନାରେ ଟଙ୍କାର ଦୁର୍ବଳ ପ୍ରଦର୍ଶନ ଜାରି ରହିଛି। ୨୦୧୮ ଆରମ୍ଭ ହେବା ପରଠାରୁ ଏଭଳି ସ୍ଥିତି ଲାଗି ରହିଛି। ଆଜି ଡଲାର ତୁଳନାରେ ଟଙ୍କା ମୂଲ୍ୟ ୬୬ ଟଙ୍କା ୭୪ ପଇସାରେ ପହଞ୍ଚିଯାଇଛି। ଏହାର ଅର୍ଥ ହେଉଛି ମୁଦ୍ରା ବିନିମୟ ବଜାରରେ ଗୋଟିଏ ଡଲାର କିଣିବାକୁ ହେଲେ ୬୬ ଟଙ୍କା ୭୪ ପଇସା ଗଣିବାକୁ ପଡ଼ିବ। ଡଲାର ମହଙ୍ଗା ହେବା ଭାରତ ପାଇଁ ଆଦୌ ଭଲ ସଙ୍କେତ ନୁହେଁ। ଏହା ଦ୍ୱାରା ଆମଦାନି କରାଯାଉଥିବା ସବୁ ସାମଗ୍ରୀ ମହଙ୍ଗା ହୋଇଯିବ।

ସମ୍ବନ୍ଧିତ ଖବର