ଆହୁରି ଦୁର୍ବଳ ହେଲା ଟଙ୍କା, ୧ ଡଲାର = ୬୯ ଟଙ୍କା

ନୂଆଦିଲ୍ଲୀ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଅତ୍ୟନ୍ତ ଦୁର୍ବଳ ହୋଇ ପଡ଼ିଛି। ୧ ଡଲାର ମୂଲ୍ୟ ୬୯ ଟଙ୍କା ସ୍ତରରେ ପହଞ୍ଚିଯାଇଛି। ମୁଦ୍ରା ବିନିମୟ ବଜାରରେ କିଛି ସମୟ ପାଇଁ ଡଲାର ମୂଲ୍ୟ ଏଭଳି ଉଚ୍ଚସ୍ତରକୁ ଚାଲି ଯାଇଥିଲା। କାରବାର ଶେଷ ହେବାବେଳକୁ ଏଥିରେ ସୁଧାର ହୋଇଥିଲା ଓ ୧ ଡଲାର ମୂଲ୍ୟ ୬୮ ଟଙ୍କା ୯୩ ପଇସାରେ ବନ୍ଦ ହୋଇଥିଲା। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ଏବଂ ଅର୍ଥନୀତିରେ କେତେକ ଦୁର୍ବଳତା ଯୋଗୁଁ ଟଙ୍କା ମୂଲ୍ୟ ଡଲାର ତୁଳନାରେ ହ୍ରାସ ପାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମଧ୍ୟ ଏ କ୍ଷେତ୍ରରେ ହସ୍ତକ୍ଷେପ କରାଯାଇଥିବା ଜଣାପଡ଼ିଛି। ଆମେରିକା ଓ ଚୀନ୍‌ ମଧ୍ୟରେ ବ୍ୟବସାୟ ଯୁଦ୍ଧର ପ୍ରଭାବ ଯୋଗୁ ମଧ୍ୟ ଟଙ୍କାର ବିନିମୟ ମୂଲ୍ୟ ଡଲାର ତୁଳନାରେ କମିଛି ବୋଲି କୁହାଯାଇଛି। ଡଲାର ତୂୁଳନାରେ ଟଙ୍କା ମୂଲ୍ୟ ଚଳିତ ବର୍ଷ ପ୍ରାୟ ୭.୭ ପ୍ରତିଶତ ହ୍ରାସ ଘଟିଛି।

ସମ୍ବନ୍ଧିତ ଖବର