ଭାରତରେ ବନ୍ଦ ହୋଇଯିବ କି ଡୋମିନସ ପିଜା !

ନୂଆଦିଲ୍ଲୀ: ବିଶ୍ୱରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ଡୋମିନସ ପିଜା ଉପରେ ମଧ୍ୟ ପଡିଛି | ଯେଉଁଥିପାଇଁ ବ୍ରିଟେନର ଏହି କମ୍ପାନୀ ବର୍ତ୍ତମାନ କ୍ଷତିରେ ଚାଲୁଛି | ସେଥିପାଇଁ କମ୍ପାନୀ ୪ଟି ଦେଶରେ ଏହାର ବ୍ୟବସାୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି | ଗୁରୁବାର ଦିନ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ବିପୁଳ କ୍ଷତି ହେଉଥିବା କାରଣରୁ ୪ଟି ଦେଶରେ ବ୍ୟବସାୟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି |

ଏହି ଘୋଷଣା ପରେ ଏଠାରେ ଥିବା ପିଜା ପ୍ରେମୀଙ୍କୁ ଝଟକା ଲାଗିପାରେ | ତେବେ ଭାରତର ପିଜା ପ୍ରେମୀଙ୍କ ପାଇଁ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି |

ତେବେ ସ୍ୱିଜରଲାଣ୍ଡ, ଆଇସଲ୍ୟାଣ୍ଡ, ନରୱେ ଓ ସ୍ୱିଡ଼େନରେ ଡୋମିନସ ଏହାର ବ୍ୟବସାୟ ବନ୍ଦ କରିବାକୁ ଘୋଷଣା କରିଛି | ଏଠାରେ ସୂଚନା ଥାଉ କି ବ୍ରିଟେନର ଏହି କମ୍ପାନୀ ମୂଳତଃ ଆମେରିକାର ଡୋମିନସ ପିଜ୍ଜାର ଫ୍ରାଞ୍ଚାଇଜ କମ୍ପାନୀ ଭାବେ ସାରା ବିଶ୍ୱରେ ବ୍ୟବସାୟ କରୁଛି | ଭାରତ ତଥା ସାରା ବିଶ୍ୱରେ ଯୁବପିଢିଙ୍କ ମଧ୍ୟରେ ପିଜା ସମସ୍ତଙ୍କ ପସନ୍ଦ ପାଲଟିଥାଏ |

ସମ୍ବନ୍ଧିତ ଖବର